ମହାନଦୀ ଜଳ ବିବାଦ ମାମଲା : ଛତିଶଗଡର ପ୍ରସ୍ତାବକୁ ଓଡିଶାର ଅଗ୍ରାହ୍ୟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶନିବାର ଶୁଣାଣି ହୋଇଛି । ଛତିଶଗଡର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଓଡିଶା । ମୂଳ ମାମଲା ସମାଧାନ ପାଇଁ ଦୁଇ ପକ୍ଷଙ୍କୁ ସମୟ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ।
ଦୁଇ ପକ୍ଷ କମନ ଇନଫର୍ମେସନ ଫର୍ମାଟ୍ ଉପରେ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି ଟ୍ବିବ୍ୟୁନାଲ । ଡିସେମ୍ବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କ୍ରିଷ୍ଣା-କାବେରୀ ଭଳି ମହାନଦୀ ଫର୍ମାଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବ୍ୟୁନାଲ ।