ମୁଣ୍ଡଳିରେ ପହଞ୍ଚିଲା ମହାନଦୀ ବନ୍ୟାଜଳ

ଭୁବନେଶ୍ବର, (ଓଡିଶା ଟାଇମ୍) : କଟକ ମୁଣ୍ଡୁଳିରେ ପହଞ୍ଚିଲା ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ । ବର୍ତ୍ତମାନ ୯ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ୨୪ ଘଣ୍ଟାରେ ମୁଣ୍ଡୁଳିରେ ମହାନଦୀରେ ବୃଦ୍ଧି ପାଇଛି ୧ ଲକ୍ଷ କ୍ୟୁସେକ୍ ଜଳ । ପ୍ରଭାବରେ ମହାନଦୀ ଉପକୂଳ ଗତିରାଉତ ପାଟଣାରେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ । ତଳିଆ ଅଞ୍ଚଳରେ ବନ୍ୟାପାଣି ପସି ଗାଁଗଣ୍ଡା ବୁଡାଇଲାଣି ।

ଅନ୍ୟପଟେ ନରାଜ ଦେଇ କାଠଯୋଡ଼ିକୁ ପ୍ରବେଶ କରୁଛି ୪ ଲକ୍ଷ ୮୬ ହଜାର ୪୭୧ କ୍ୟୁସେକ୍ ଜଳ । ନାରାଜରେ ପ୍ରବେଶ କରୁଛି ୨୬ ମିଟର, ନିଷ୍କାସିତ ହେଉଛି ୨୪.୨୫ ମିଟର ଉଚ୍ଚର ବନ୍ୟା ଜଳ । କଟକ ଯୋବ୍ରାରେ ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ପାଖାପାଖି ରହିଛି । ଯୋବ୍ରାରେ ବିପଦ ସଂକେତ ୨୧.୯୪ ମିଟର ରହିଥିବା ବେଳେ ଜଳସ୍ତର ୨୧.୯୦ ମିଟର ରହିଛି । ୨୧.୭୫ ମିଟର ଉଚ୍ଚରେ ନିଷ୍କାସିତ ହେଉଛି ବନ୍ୟା ଜଳ । ଯୋବ୍ରା ଦେଇ ମହାନଦୀରେ ପ୍ରବେଶ କରୁଛି ୪ ଲକ୍ଷ ୮୯ ହଜାର ୫୦୩ କ୍ୟୁସେକ୍ ବନ୍ୟାଜଳ ।

Leave a Reply

Your email address will not be published. Required fields are marked *