ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ କରୋନାରେ ସଂକ୍ରମିତ
ଭୋପାଳ, (ଓଡିଶା ଟାଇମ୍): ମଧ୍ୟ ପ୍ରଦେଶ ସରକାରର ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିବା ପରେ ତାଙ୍କୁ ଭୋପାଳର ଚିରାୟୁ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମନ୍ତ୍ରୀ ଜଣକ ଗତକାଲି ଆୟୋଜିତ କ୍ୟାବିନେଟ୍ ବୈଠକରେ ଯୋଗ ଦେଇଥିବା ବେଳେ ମଧ୍ୟ ପ୍ରଦେଶ ରାଜ୍ୟପାଳ ଲାଲ ଜୀ ଟଣ୍ଡନଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇଥିଲେ ।
ଲକ୍ଷ୍ନୌରେ ଆୟୋଜିତ ସେହି ଅନ୍ତିମ ସଂସ୍କାରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ବହୁ ରାଜନେତା ସାମିଲ ହୋଇଥିଲେ । ଏଭଳି ପରିସ୍ଥିିତିରେ ଅନ୍ୟ ମନ୍ତ୍ରୀ ମାନଙ୍କ ମଧ୍ୟରେ ସଂକ୍ରମଣର ଭୟକୁ ଏଡାଇ ଦିଆଯାଇ ନପାରେ ।
ତେବେ ସମ୍ପୃକ୍ତ ମନ୍ତ୍ରୀଙ୍କ ସଂସ୍ପଶଁରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା ଲାଗି ପ୍ରଶାସନ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ମଧ୍ୟ ପ୍ରଦେଶରେ ଏବେ ସୁଦ୍ଧା ମୋଟ୍ ୨୪ ହଜାର ୦୯୫ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଆକ୍ଟିଭ କେସ୍ ୭୦୮୨ ରହିଛି । ଏହାଛଡା ୭୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ହଜାର ୨୫୭ ଜଣ ସୁସ୍ଥ ହୋଇଛନ୍ତି ।