ବିଷାକ୍ତ ମଦ ପିଇ ୧୦ ମୃତ, ୨୪ରୁ ଅଧିକ ଗୁରୁତର

ପୁଣେ, (ଓଡିଶା ଟାଇମ୍) : ମଧ୍ୟ ପ୍ରଦେଶର ମୁରେନ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଡଜନ ରୁ ଅଧିକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଗୁରୁତର ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବୁଚ୍ଛେଦ ପାଇଁ ପଠାଇଛି।

ମିଳିଥିବା ଖବର ଅନୁଯାୟୀ, ବାଗଚିନି ଥାନା ମାନପୁର ଏବଂ ସୁମାବଳି ଥାନାର ପହୱାଲି ଗାଁରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି।  ବିଷାକ୍ତ ମଦ ପାନ କରି ମାନପୁର ଗ୍ରାମର ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ  ପହୱାଲି ଗାଁରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି।

ଏଠି କହିରଖିବୁ, ଲକ୍‌ଡାଉନ ସମୟରେ  ମଧ୍ୟ ପ୍ରଦେଶରେ ବିଷାକ୍ତ ମଦ ପିଇ  ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମେ’ ୧ ତାରିଖ ରାତିରେ ଭଡୱାସା ଗାଁର ତିନିଜଣ ଲୋକ ବିଷାକ୍ତ ମଦପାନ କରି ଥିଲେ। ସେହିପରି ପଞ୍ଚେଡ ଗାଁର ତିନିଜଣଙ୍କର ବିଷାକ୍ତ ମଦ୍ୟପାନ କରିଥିଲେ। ବାନ୍ତି ହେବା ସହ ସେମାନଙ୍କର ଅବସ୍ଥା ଗୁରୁତର ହୋଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ପରେ ପରେ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published.