“ମୋ ବସ୍” କର୍ମଚାରୀଙ୍କ ଦାଦାଗିରି ! ଚଳନ୍ତା ବସରୁ ଯାତ୍ରୀଙ୍କୁ ଠେଲିଦେଲେ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନାରୀରେ “ମୋ ବସ” ନା ରେ ସାଙ୍ଘାତିକ ଅଭିଯୋଗ । ଚଳନ୍ତା ବସରୁ ଜଣେ ଯାତ୍ରୀଙ୍କୁ ବସ୍ କର୍ମଚାରୀ ତଳକୁ ଠେଲି ଦେଇଥିବା ଅଭିଯୋଗ ଆସିଛି । ଫଳରେ ଯାତ୍ରୀଙ୍କ ଡାହାଣ ଗୋଡ ଉପରେ ଚଢ଼ିଯାଇଥିଲା ବସ୍ । ଭୁବନେଶ୍ବର ହଂସପାଳ ନିକଟରେ ଘଟିଛି ଏଭଳି ଘଟଣା । ଗୁରୁତର ଅବସ୍ଥାରେ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।୧୭ ନମ୍ବର ମୋ ବସ ନାରେ ଏମିତି ଅଭିଯୋଗ ଆଣିଛନ୍ତି ଯାତ୍ରୀ ଜଣଙ୍କ । ଆହତ ଯାତ୍ରୀ ହେଉଛନ୍ତି ବାଲିଅନ୍ତାର ନିର୍ମଳେନ୍ଦୁ ପରିଡା ।

ସୂଚନା ମୁତାବକ୍ ଡିହ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା ନାମକ ବ୍ୟକ୍ତି ହଂସପାଳ ଛକରେ ଓହ୍ଲାଇବା ପାଇଁ ଖାରବେଳନଗରରୁ ‘ମୋ ବସ୍‘ରେ ଚଢ଼ିଥିଲେ । ହେଲେ ବସ୍ ଭିତରେ ଟିକେଟ୍ ପଇସା ଫେରସ୍ତ ନେଇ ଯୁକ୍ତିତର୍କ ହୋଇଥିଲା । ତେବେ ବସରୁ ସେ ଓହ୍ଲାଇବା ସମୟରେ ତାଙ୍କୁ ବସ୍ କର୍ମଚାରୀ ଠେଲି ଦେଇଥିଲେ ବୋଲି ସେ ଅଭିଯୋଗ ହୋଇଛି । ଫଳରେ ଯାତ୍ରୀଙ୍କର ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା । ଗୁରୁତର ଭାବେ ଆହତ ହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି ।

Leave a Reply

Your email address will not be published. Required fields are marked *