ଏଲ୍‌ଆଣ୍ଡ୍‌ଟର କନଷ୍ଟ୍ରକ୍ସନ ଓ ଖଣି ଉପକରଣ ବ୍ୟବସାୟ ହାସଲ କରିଛି ସର୍ବବୃହତ ବରାଦ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଦେଶର ଅଗ୍ରଣୀ ଇଞ୍ଜିନିୟରିଂ କଂପାନି ଲାର୍ସନ ଆଣ୍ଡ୍ ଟର୍ବୋ (ଏଲ୍‌ଆଣ୍ଡ୍‌ଟି)ର କନଷ୍ଟ୍ରକ୍ସନ ଓ ଖଣି ଉପକରଣ ବ୍ୟବସାୟ ୪୬ଟି କୋମାସୁ ଖଣି ଉପକରଣ ଯୋଗାଇବା ଲାଗି ଟାଟା ଷ୍ଟିଲ୍ ଠାରୁ ଏହାର ଅନ୍ୟତମ ସର୍ବବୃହତ ବରାଦ ହାସଲ କରିଛି । ଏହି ବରାଦରେ ରହିଛି ୧୦୦ ଟନ୍ ଡମ୍ପ୍ ଟ୍ରକ୍‌, ୯ କମ୍ ହ୍ୱିଲ ଲୋଡର୍ ଓ ୪୧୦ ଏଚ୍‌ପି କ୍ରଲର ଡୋଜର୍ । ଏହି ବରାଦରେ ସାମିଲ ରହିଛି ୬୦,୦୦୦ ଘଂଟା ଉପକରଣ ପରିଚାଳନାରେ ଉପକରଣ ଯୋଗାଣ ଓ ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ଚୁକ୍ତି ।

ଏହି ବରାଦ ସମ୍ପର୍କର ଲାର୍ସନ ଆଣ୍ଡ୍ ଟର୍ବୋର ସିଇଓ ଏବଂ ଏମ୍‌ଡି ଶ୍ରୀଯୁକ୍ତ ଏସ୍ ଏନ୍ ସୁବ୍ରମଣିଅନ୍ କହିଛନ୍ତି ଯେ, “କୋମସୁର ଉତ୍କୃଷ୍ଟ ମାନର ଉତ୍ପାଦ ଏବଂ ବିଗତ ବର୍ଷଗୁଡ଼ିକରେ ଏଲ୍‌ଆଣ୍ଡ୍‌ଟିର ନିରବଚ୍ଛିନ୍ନ ସହାୟତା ଏହି ସମ୍ମାନଜନକ ବରାଦ ହାସଲ କରିବାର ପଥ ପରିସ୍କାର କରିଥିଲା ଏବଂ ଆମେ ଭାରତର ସର୍ବବୃହତ ଇସ୍ପାତ ନିର୍ମାତା-ଟାଟା ଷ୍ଟିଲ୍ ସହିତ ଏହି ଅଭିବୃଦ୍ଧି ଯାତ୍ରାରେ ଆଗକୁ ବଢ଼ିବାକୁ ଚାହିଁରହିଛୁ ।’’
ଏଲ୍‌ଆଣ୍ଡ୍‌ଟିର କନଷ୍ଟ୍ରକ୍ସନ ଆଣ୍ଡ୍ ମାଇନିଂ ମେସିନାରି ବ୍ୟବସାୟର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି ଶ୍ରୀଯୁକ୍ତ ଅରବିନ୍ଦ କେ ଗର୍ଗ କହିଛନ୍ତି ଯେ, “ଆମର ସମ୍ମାନଜନକ କ୍ଲାଏଂଟ୍ ଟାଟା ଷ୍ଟିଲ୍‌ର ଲୁହା ପଥର ଏବଂ କୋଇଲା ଖଣି ପାଇଁ ଏହି ସମ୍ମାନଜନକ ବରାଦ ହାସଲ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ।’’

ଯେଉଁ ୪୬ଟି ୟୁନିଟ୍‌ର ବରାଦ ଦିଆଯାଇଛି ସେଥି ମଧ୍ୟରୁ ୨୬ଟି ଟାଟା ଷ୍ଟିଲ୍‌ର ଓଡ଼ିଶାରେ ଥିବା ଜୋଡ଼ା, ନୂଆମୁଣ୍ଡି ଓ ଖୁନ୍ଦବୁକ୍ ଲୁହାପଥର ଖଣିରେ ଏବଂ ୧୦୦ ଟନ୍ ଡମ୍ପ୍ ଟ୍ରକ୍‌ର ୯ଟି ୟୁନିଟ୍‌କୁ ଝାଡ଼ଖଣ୍ଡରେ ଥିବା ଟାଟା ଷ୍ଟିଲ୍‌ର ୱେଷ୍ଟ୍ ବୋକାରୋ କୋଇଲା ଖଣିରେ ମୂତୟନ କରାଯିବ ।
ଭାରତର କନଷ୍ଟ୍ରକ୍ସନ ଓ ମାଇନିଂ ମେସିନାରି ଶିଳ୍ପର ଅଗ୍ରଦୂତ ଭାବେ ଏଲ୍‌ଆଣ୍ଡ୍‌ଟି ପକ୍ଷରୁ ଭିତିଭୂମି, ଖଣି ଏବଂ ଜଳସେଚନ କ୍ଷେତ୍ରକୁ ଉପକରଣ ଯୋଗାଇ ଦିଆଯାଇଛି । ଏହାର ଉପକରଣଗୁଡ଼ିକ ବିଶ୍ୱସ୍ତରୀୟ ମାନର । ଏହା ହାଇଡ୍ରଲିକ୍ ଏକ୍ସକାଭେଟର, ରିଅର ଡମ୍ପ୍ ଟ୍ରକ୍‌, କ୍ରଲର ଡୋଜର୍‌, ହ୍ୱିଲ ଲୋଡର, ହ୍ୱିଲ ଡୋଜର, ମୋଟର ଗ୍ରେଡର, ହେଭି ଟିପର୍‌, ସରଫେସ ମାଇନର, ସ୍କିଡ୍ ଷ୍ଟିୟର ଲୋଡର ଆଦି ରହିଛି ।

Leave a Reply

Your email address will not be published. Required fields are marked *