ଆସନ୍ତାକାଲିଠାରୁ ରାଜ୍ୟରେ କମିବ ମଦ ଦର
ଭୁବନେଶ୍ବର, (ଓଡିଶା ଟାଇମ୍) : ମଦ ଏମ୍ଆର୍ପିରେ ସ୍ବତନ୍ତ୍ର କୋଭିଡ୍ ଫି’ ହ୍ରାସ କଲେ ସରକାର। ଏଣିକି ମଦ ଏମ୍ଆର୍ପି ଉପରେ ୫୦% ନୁହେଁ, ୧୫% କୋଭିଡ୍ ଶୁଳ୍କ ଦେବାକୁ ପଡ଼ିବ। ଏଫ୍ଏମ୍ଏଫ୍ଏଲ୍, ଆଇଏମ୍ଏଫ୍ଏଲ୍, ବିଅର, ୱାଇନ୍, ଆର୍ଟିଡି ବ୍ରାଣ୍ଡ୍ ଉପରେ ୧୫% କୋଭିଡ୍ ଶୁଳ୍କ ଲାଗୁ ହେବ। ଆସନ୍ତାକାଲିଠାରୁ ନୂଆ ଦର ଲାଗୁ ହେବ ଓ ମଦ ଦର କମିବ।
ସଂଶୋଧିତ ଏମ୍ଆର୍ପି www.osbc.co.in ୱେବ୍ସାଇଟ୍ରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି।
ଏଣିକି ସର୍ବାଧିକ ଖୁଚୁରା ଦର ଉପରେ ୧୫% କୋଭିଡ ଫି ନେବେ ରାଜ୍ୟ ସରକାର । ପଡୋଶୀ ରାଜ୍ୟଗୁଡିକରେ ମଦ ଦର କମ୍ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏବେ ସୁଦ୍ଧା ୨୦୦ କୋଟି ଟଙ୍କାର କୋଭିଡ୍ ଫି ଆୟ କରିଛନ୍ତି ସରକାର ।