ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଆରବ ସାଗରରେ ବାତ୍ୟା ନିସର୍ଗର ରୂପ ନେଇଛି ଗଭୀର ଅବପାତ । ବର୍ତ୍ତମାନ ସୁରତଠାରୁ ୬୪୦କିମି ଓ ମୁମ୍ବାଇଠାରୁ ୪୩୦ କିମି ଦୂରରେ ଅଛି ନିସର୍ଗ । ଆଗାମୀ ୧୨ଘଣ୍ଟାରେ ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେବ ନିସର୍ଗ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି ଅପରାହ୍ନରେ ଗୁଜୁରାଟ ଓ ମହାରାଷ୍ଟ୍ର ମଝିରେ ଅତିକ୍ରମ କରିବ । ମହାରାଷ୍ଟ୍ରର ରାଇଗଡ଼ର ଅଲିବାଗ ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ରୁ ୧୨୦ କିମି ଯାଏ ରହିବା ସମ୍ଭାବନା ରହିଛି ।

ସମୁଦ୍ରରେ ୨ ମିଟର ଉଚ୍ଚର ଜୁଆର ଆସିପାରେ । ଏହାର ପ୍ରଭାବରେ ତଳିଆ ଅଂଚଳରେ ଅନେକ ଅଂଚଳ ଜଳମଗ୍ନ ହେବ । ସେପଟେ ଗୁଜରାଟର ଭାବନଗର ଅଞ୍ଚଳରେ ୫୫ରୁ ୬୫ କିମି ବେଗରେ ପବନ ବହିପାରେ । ସୁରତ, ବରୁଚ ଅଂଚଳରେ ୭୦ରୁ ୮୦ କିମି ବେଗରେ ପବନ ବହିପାରେ । ରତ୍ନଗିରି ଓ ସିନ୍ଧୁଦୁର୍ଗ ଅଂଚଳରେ ୮୦ରୁ ୯୦ କିମି ବେଗରେ ପବନ ବହିବ । ବେଳେବେଳେ ପବନର ବେଗ ୧୦୦ କିମି ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପରିସ୍ଥିତିକୁ ଦେଖି ଏନଡିଆରଏଫ୍ ପକ୍ଷରୁ ଉପୂକଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଉଛି । ସେପଟେ ତଟରକ୍ଷୀ ବାହିନୀ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି ।

ସାମୁଦ୍ରିକ ଝଡ଼ ନିସର୍ଗ ନେଇ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମୁଦ୍ରିକ ଝଡ଼ ନିସର୍ଗ ଦ୍ୱାରା ଭାରତର ପଶ୍ଚିମ ଉପକୂଳ ପ୍ରଭାବିତ ହେବ। ଏଥିଲାଗି ସମସ୍ତଙ୍କ ସୁରକ୍ଷା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *