ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ; ଆସନ୍ତା ୨ଦିନ ପାଇଁ ସତର୍କ ସୂଚନା ଜାରି
ଭୁବନେଶ୍ବର,(ଓଡ଼ିଶା ଟାଇମ୍):- ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାଲାକନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ବର୍ଷା ହୋଇପାରେ । ନବରଙ୍ଗପୁର ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ଥିବା ବେଳେ ରାଜ୍ୟର ଅନେକ ଜିଲ୍ଲାରେ ଶୁଖିଲା ରହିବ ପାଣିପାଗ ।
ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏସଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ନଭେମ୍ବର ୨ତାରିଖ ସକାଳ ସାଢେ ୮ଟାରୁ ୩ ତାରିଖ ସକାଳ ସାଢେ ୮ଟା ମଧ୍ୟରେ ମାଲକାନଗିରି କୋରାପୁଟ, ଗଞ୍ଜାମ, ଓ ଗଜପତି ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହିସବୁ ଜିଲ୍ଲା ଗୁଡିକ ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।