ଜୋ ବାଇଡେନଙ୍କ ଘୋଷଣା : ଭାରତରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରଦୂତ ହେବେ ଏରିକ୍ ଗାରସେଟି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଏରିକ ଗାର୍ସିଟି ହେବେ ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ । ରାଷ୍ଟ୍ରପତି ଜୋ ବାଇଡେନ ଲସ ଏଞ୍ଜେଲେସର ମେୟର ଏରିକ ଗାର୍ସେଟିଙ୍କ ନାମକୁ ମନୋନୀତ କରିଛନ୍ତି । ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆମେରିକୀୟ ସଂସଦର ଉଚ୍ଚ ଗୃହ ସିନେଟରୁ ଅନୁମୋଦନ ମିଳିବା ପରେ ୫୦ ବର୍ଷୀୟ ଗାର୍ସେଟି ଭାରତରେ ଉପସ୍ଥିତ ୟୁଏସ ରାଷ୍ଟ୍ରଦୂତ କେନେଥ ଜଷ୍ଟରଙ୍କ ସ୍ଥାନ ନେବେ ।

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଜଷ୍ଟରଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିଲା । ହ୍ୱାଇଟ ହାଉସ ଏକାଧିକ ରାଷ୍ଟ୍ରଦୂତ ସହିତ ଏରିକ ଗାର୍ସେଟିଙ୍କ ନାମ ଘୋଷଣା କରିବା ସହ କହିଚି ଯେ, ସେ ୨୦୧୩ରୁ ଲସ ଏଞ୍ଜେଲେସ ଶହରର ମେୟର ଅଛନ୍ତି ଏବଂ ତାଙ୍କ ପାଖରେ ଅଭିଜ୍ଞତା ରହିଛି । ଗାର୍ସେଟୀ ଏକ ବିବୃତ୍ତିରେ କହିଛନ୍ତି ଯେ ରାଷ୍ଟ୍ରପତି ଘୋଷଣା କ୍ରମେ ମୁଁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ଅତ୍ୟନ୍ତ ଗର୍ବୀତ ।

 

Leave a Reply

Your email address will not be published.