ରାଜଧାନୀରେ ମହିଳା ଡିଏସପିଙ୍କୁ ବନ୍ଧୁକ ଦେଖାଇ ଲୁଟ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀରେ ଆଜି ପୁଲିସକୁ ଲୁଟିଲେ ଲୁଟେରା। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କଠୁ ଲୁଟ୍ କରିଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତନୁଜାଙ୍କୁ  ବନ୍ଧୁକ ଦେଖାଇ ସୁନା ଚେନ୍ , କାନଫୁଲ ଆଦି ଲୁଟି ନେଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚି  ଛାନଭିନ ଆରମ୍ଭ କରିଛି ।

ମିଳିଥିବା ଖବର ମୁତାବକ,ଆଜି ସକାଳ ୬ଟା ୪୫ ମିନିଟ ସମୟରେ ଡିଏସପି ତନୁଜା ମହାନ୍ତିଙ୍କ ସରକାରୀ କ୍ୱାର୍ଟରରେ ୨ ଜଣ ଦୁର୍ବୃତ୍ତ ପ୍ରବେଶ କରିଥିଲେ । ବନ୍ଧୁକ ଦେଖାଇ ଡିଏସପିଙ୍କ ଚେନ୍, ସଙ୍ଖା, କାନ ଫୁଲ ଲୁଟି ନେବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଥିଲେ । ୟୁନିଟ ୩ ଅଞ୍ଚଳରେ ଥିବା ସରକାରୀ ବାସଭବନରେ ଏହି ଲୁଟ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published.