ରାଜଧାନୀରେ କଡାକଡି ହେବ ଲକଡାଉନ୍:ପୁଲିସ କମିଶନର 

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ଲକଡାଉନ୍‌କୁ କଡାକଡି ଭାବେ ପାଳନ କରାଯିବ । ଏପରିକି ଆଇନ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର କହିଛନ୍ତି ଯେ, ରାଜଧାନୀରେ ସ୍ଥିତି ସ୍ୱାଭାବିକ ହୋଇନାହିଁ । ତେଣୁ ରାଜଧାନୀରେ ଲକଡାଉନ୍ କଡାକଡି ହେବ । ନିୟମ ମାନିବାକୁ ପଡିବ। ଦିନ ୧ଟା ଯାଏଁ ରାସନ, ପରିବା ଆଦି ଦୋକାନ ଖୋଲା ରହିବ । ଘର ପାଖ ଦୋକାନରୁ ପରିବା ରାସନ କିଣିବାକୁ କମିଶନର ପରାମର୍ଶ ଦେଇଛନ୍ତି ।

କେବଳ ପରିବା ଓ ତେଜରାତି ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲାଯାଇପାରିବ । ପାଖ ଦୋକାନରୁ କିଣାକିଣି କରନ୍ତୁ ଓ ଚାଲି ଚାଲି ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଳକଡାଉନ ସମୟରେ ଗାଡ଼ି ବ୍ୟବହାର କରନ୍ତୁ ନାହିଁ । ବରିଷ୍ଠ ନାଗରିକମାନେ ଏହି ସମୟରେ ସତର୍କ ରୁହନ୍ତୁ । ଜରୁରୀ ସେବାରେ ଥିବା କର୍ମଚାରୀଙ୍କ ପାଇଁ ଆଇକାର୍ଡ଼ ଆବଶ୍ୟକ ରହିଛି । ଗ୍ୟାସ ବିତରକ କମ୍ପାନୀ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

ସେହିପରି ଗଣମାଧ୍ୟମଗୁଡ଼ିକ ନିଜେ ନିଜ ନିୟନ୍ତ୍ରଣ କରନ୍ତୁ । ଗଣମାଧ୍ୟମ ପାଇଁ କୌଣସି ପାସ୍ ବ୍ୟବସ୍ଥା କରାଯାଇନାହିଁ । ଜାତୀୟ ରାଜପଥରେ ଗମନାଗମନ ଉପରେ କଟକଣା ନାହିଁ । କିନ୍ତୁ ସହର ଭିତରକୁ ଯିବା ଆସିବା ଉପରେ କଟକଣା ଲାଗୁ ହୋଇଛି । ହୋଟେଲ,ଢ଼ାବା ଆଦି ଖୋଲି ପାରିବ କିନ୍ତୁ କେବଳ ପାର୍ସଲ ସେମାନେ ଦେଇପାରିବେ । ହୋମ ଡେଲିଭରି ଉପରେ କୌଣସି କଟକଣା ନାହିଁ । ଜରୁରୀ କାର୍ଯ୍ୟ ପଡ଼ିଲେ ୧୦୦ ନମ୍ବରକୁ ଫୋନ କରି ପାସ ପାଇପାରିବେ ।

୨୫ପ୍ରତିଶତ ବ୍ୟାଙ୍କ କର୍ମଚାର ଓ ଆଇଟିରେ ୧୦% କର୍ମଚାରୀ କାମ କରିପାରିବେ । ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଓ ରାଉରକେଲାରୁ ହଟିଲା ସାପ୍ତାହିକ ସଟଡ଼ାଉନ କିନ୍ତୁ ଏଠାରେ କଡ଼ାକଡ଼ି ଭାବେ ଲକଡାଉନ ପାଳନ କରାଯିବ ।

Leave a Reply

Your email address will not be published. Required fields are marked *