ଲକ୍ଡାଉନ୍ ଆଶିଂକ ଉଠିଲା : ୧୭ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫, ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲା
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଲକ୍ଡାଉନ୍ କଟକଣା ଆଂଶିକ କୋହଳ ହୋଇଛି। ଆସନ୍ତାକାଲିଠୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସକାଳ ୫ଟା ପରଠାରୁ ଆଂଶିକ ଲକ୍ଡାଉନ୍ କଟକଣା ଲାଗୁ ହେବ। ଏନେଇ ମୁଖ୍ୟ ଶାସନ ସଚିବ ଘୋଷଣା ଆଜି ସୂଚନା ଦେଇଛନ୍ତି। ସଂକ୍ରମଣ କମିଥିବା ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ କୋହଳ ହୋଇଥିବା ବେଳେ ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଯାଏ କୋହଳ ହୋଇଥିବା ସୂଚନା।
ଏହିସବୁ ଜିଲ୍ଲାରେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ l ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା।
ସେହିପରି ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝର।
- ■ ୩୦ ଜିଲ୍ଲାକୁ ୨ଟି କାଟାଗୋରୀରେ ରଖି କଟକଣା କୋହଳ ହୋଇଥିବା ସୂଚନା।
- ■ ୧୭ଟି ଜିଲ୍ଲାକୁ କାଟାଗୋରୀ ‘ଏ’ ଏବଂ ୧୩ଟି ଜିଲ୍ଲାକୁ କାଟାଗୋରୀ ‘ବି’ ରଖା ଯାଇଛି।
- ■ ସଂକ୍ରମଣ ହ୍ରାସ ପାଇଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲା କାଟାଗୋରୀ ‘ଏ’ରେ ଅନ୍ତର୍ଭୁକ୍ତ ଓ ଏହି ଜିଲ୍ଲା ଗୁଡ଼ିକରେ କଟକଣା କୋହଳ ହୋଇଛି।
- ■ ସଂକ୍ରମଣ କମିଥିବା ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ ଯାଏ କୋହଳ
- ■ ସଂକ୍ରମଣ ହାର ୫% ତଳେ ଥିବା ୧୭ ଜିଲ୍ଲାରେ କଟକଣା କୋହଳ
- ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଯାଏ କୋହଳ ସୂଚନା
- ■ ମିଠା ଦୋକାନ ଖୋଲା ରହିବା ନେଇ ମଧ୍ୟ ସୂଚନା
- ■ ମଲ୍, ଜିମ୍, ସେଲୁନ, ସ୍ପା ଆଦି ପୂର୍ବପରି ବନ୍ଦ ରହିବ
- ■ ନାଇଟ୍ କର୍ଫ୍ୟୁ ଓ ସାପ୍ତାହିକ ସଟ୍ଡାଉନ୍ କଟକଣା ପୂର୍ବଭଳି ବଳବତ୍ତର ରହିବ











