୪ ଜିଲ୍ଲା ଓ ରାଉରକେଲା ସହରରେ ପଡ଼ିଲା ତାଲା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଲକ୍‌ ଡାଉନ୍ ହୋଇଛି‌ । ବିଭିନ୍ନ ସ୍ଥାନରେ ପୋଲିସର କଡ଼ା ଚେକିଂ ଚାଲିଥିବା ବେଳେ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନ ହୋଇ ପଡ଼ିଛି ଦୋକାନ ବଜାର ବି ବନ୍ଦ ହୋଇଛି ।

ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଛକରେ ଚେକ୍ ପୋଷ୍ଟ ଲଗାଇ ଯାଞ୍ଚକୁ କଡ଼ାକଡ଼ି କରିଛି ପୋଲିସ । କରୋନା ସଂକ୍ରମଣ ଧାରାକୁ ଭାଙ୍ଗିବା ସହ ଏହି ସବୁ ଜିଲ୍ଲାରେ ସର୍ଭେଲାନ୍ସ, ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂକୁ ପ୍ରଶାସନ ପକ୍ଷରୁ ବ୍ୟାପକ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ସକାଳ ୬ଟା ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ଖୋଲାରହିବ । ମାଛ, ଅଣ୍ଡା, ମାଂସ ଦୋକାନ,ଓମ୍ ଫେଡ୍ , ଓପୋଲୋଫେଡ୍ , ଚିଲିକା ଫ୍ରେସ୍ ,ଖାଦ୍ୟ ପାର୍ସଲ ଦେଉଥିବା ରେସ୍ତୋରାଁ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ।

ସେହିପରି ସବୁଠୁ ବଡ଼ କଥା ହେଲା, ଏହି ଲକଡାଉନ୍ କାଳରେ ଭୁବନେଶ୍ବର ଓ କଟକ ସହରକୁ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ତେବେ, ଏହି ଲକଡାଉନ୍ ସମୟରେ ଲୋକଙ୍କ ଯିବା ଆସିବା ଉପରେ କଟକଣା କଡ଼ାକଡ଼ି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଅଫିସ୍  ଓ ଅନ୍ୟ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *