ଲକ୍ଡାଉନ୍ରେ ମିଳିବ ମଦ : ଖୋଲିବନାହିଁ ଦୋକାନ
ଭୁବନେଶ୍ବର, (ଓଡିଶା ଟାଇମ୍) :ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ପରି ୪ ଜିଲ୍ଲା ସମେତ ରାଉରକେଲା ସହରରେ ଆଜିଠାରୁ ଲକଡାଉନ୍ ଲାଗୁ ହୋଇଛି । ପୂର୍ବ ଅପେକ୍ଷା ଏଥର ଲକଡାଉନ୍ ଆହୁରି କଡାକଡି ହେବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।
ତେବେ ନୂଆ ଗାଇଡଲାଇନ୍ ଅନୁସାରେ, ଲକଡାଉନ ଅଞ୍ଚଳରେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛିି । କିନ୍ତୁ ଲକଡାଉନ ସମୟରେ ସମସ୍ତ ପ୍ରକାର ମଦ ଦୋକାନକୁ ହୋମ୍ ଡେଲିଭରି ପାଇଁ ଅନୁମତି ଦିଆଯାଇଛି । ୧୪ ଦିନିଆ ଲକ ଡାଉନ୍ ସମୟରେ ମଦ ଦୋକାନ ନ ଖୋଲି କେବଳ ହୋମ୍ ଡେଲିଭରି କରିବାକୁ ଅନୁମତି ଦେଇଛନ୍ତି ସରକାର ।
ଲକ୍ଡାଉନ୍ ସମୟରେ ବିଦେଶୀ ମଦ ଯଥା ଆଇଏମ୍ଏଫ୍ଏଲ୍, ଦେଶୀ ମଦ ଓ ମହୁଲ ଆଦି ମଦକୁ ଠିପି ଖୋଲା ଓ ଠିପି ବନ୍ଦ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି । ସେମାନେ ପୂର୍ବପରି ମଦର ହୋମ୍ ଡେଲିଭରି କରିପାରିବେ। ମଦ ହୋମଡେଲିଭରି କରିବା ସମୟରେ କୋଭିଡ ନିୟମ ମାନିବାକୁ ପଡିବ । ଯେପରି ଆଇନ ଉଲଂଘନ ନହେବ , ସେଥିପ୍ରତି ବିଦେଶ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୧୪ଦିନିଆ ଲକ୍ଡାଉନ୍ର ଦିନମାନଙ୍କରେ କୌଣସି କାଉଣ୍ଟରରେ ମଦ ବିକ୍ରି ହେବ ନାହିଁ । କେବଳ ହୋମ୍ ଡେଲିଭରି କରାଯିବ ।