ଦିଲ୍ଲୀରେ ଜୁନ ୧୦ରୁ ଶସ୍ତା ହେବ ମଦ, ପ୍ରତ୍ୟାହାର କରାଯିବ ଅତିରିକ୍ତ ଟ୍ୟାକ୍ସ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦେଶର ରାଜଧାନୀ ଦିଲ୍ଲୀରେ ମଦ ପ୍ରେମୀଙ୍କ ପାଇଁ ଖୁସି ଖବର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ଉପରେ ଲାଗୁ ହୋଇଥିବା ୭୦ ପ୍ରତିଶତ ବିଶେଷ କରୋନା ଟ୍ୟାକ୍ସ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ ୧୦ ତାରିଖରୁ ମଦ ଉପରୁ ୭୦ ପ୍ରତିଶତ କରୋନା ଟ୍ୟାକ୍ସ ହଟାଇ ଦିଆଯିବ । ଏହାସହ ୭୦ ପ୍ରତିଶତ ଟ୍ୟାକ୍ସ ହଟାଇବା ସହ ଭାଟ ବଢାଇବା ପାଇଁ ଘୋଷଣା କରିଛନ୍ତି । ବର୍ତ୍ତମାନ ମଦ ଉପରେ ୫ ପ୍ରତିଶତ ଅତିରିକ୍ତ ଭାଟ ଆଦାୟ କରାଯିବ । ବର୍ତ୍ତମାନ ୨୦ ପ୍ରତିଶତ ଭାଟ ଲାଗୁଛି, ଏହାକୁ ବଢ଼ାଇ ୨୫ ପ୍ରତିଶତ କରାଯିବ । ତେବେ ୭୦ ପ୍ରତିଶତ କରୋନା ଟ୍ୟାକ୍ସ ଏମଆରପି ଉପରେ ଲଗାଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ ମଦ ଉପରେ ଲାଗୁ ହୋଇଥିବା ୭୦ ପ୍ରତିଶତ ବିଶେଷ କରୋନା ଟ୍ୟାକ୍ସକୁ ହଟାଇବା ପାଇଁ ଘୋଷଣା କରିଛନ୍ତି। ଲକଡାଉନ ଯୋଗୁଁ ଦିଲ୍ଲୀର ଅର୍ଥ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା । ଅବସ୍ଥା ଏତେ ଶୋଚନୀୟ ହୋଇପଡିଲା ଯେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ମୁସକିଲ ହୋଇଯାଇଥିଲା । ଏହାକୁ ଦେଖି ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ୫ ହଜାର କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ମାଗିଥିଲେ । ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ସୋମବାର ଠାରୁ ଦିଲ୍ଲୀରେ ସମସ୍ତ ରେସ୍ତୋରାଁ, ସପିଙ୍ଗ ମଲ, ଧାର୍ମିକ ସ୍ଥଳ ଖୋଲାଯିବ । କିନ୍ତୁ ସବୁଜାଗାରେ ସାମାଜିକ ଦୂରତା ପାଳନ କରାଯିବ । କିନ୍ତୁ ହୋଟେଲ ଓ ବଙ୍କେଟ ହଲ ବନ୍ଦ ରହିବ ।ହୋଟେଲ ଓ ବଙ୍କେଟ ହଲ ଖୋଲିବାକୁ ବର୍ତ୍ତମାନ ଅନୁମତି ଦିଆଯାଇନାହିଁ ।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଅନ୍ୟ କିଛି ନିଷ୍ପତ୍ତି ନେଇଛନ୍ତି। ସୋମବାର ଠାରୁ ଦିଲ୍ଲୀରେ ଧାର୍ମିକ ସ୍ଥାନ, ମଲ୍ ଏବଂ ରେଷ୍ଟୁରାଣ୍ଟ ଖୋଲାଯିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରାଯିବ ।

Leave a Reply

Your email address will not be published. Required fields are marked *