୨୭ରେ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି।  ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ବର ଲୋକଙ୍କୁ ଦର୍ଶନ ଅନୁମତି ମିଳିଛି। ୬ ତାରିଖ ଠାରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ।  ମନ୍ଦିର ପରିସରରେ ସର୍ବାଧିକ ୫ଶହ ଲୋକ ରହିପରିବେ। କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ପରେ ଦର୍ଶନ ଅନୁମତି ମିଳିବ।  ୪/୫ ଦିନ ପୂର୍ବରୁ ହୋଇଥିବା ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ । ମନ୍ଦିର ପାଖରେ ସକାଳ ୭ଟାରୁ ରାତି ୧୦ ଟା ଯାଏ ସ୍କ୍ରିନିଂ କ୍ୟାମ୍ପ ରହିବ।

Leave a Reply

Your email address will not be published.