ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ । ଦ୍ୱିତୀୟ AIIMS ପ୍ରତିଷ୍ଠା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ । ସୁନ୍ଦରଗଡ଼ ଜିଲ୍ଲାରେ AIIMS ପ୍ରତିଷ୍ଠା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ।

ବିହାର ଭଳି ଓଡିଶାରେ ୨ୟ AIIMS ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ରେ ୨ୟ AIIMS ପାଇଁ ଭିତ୍ତିଭୂମି ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ଓ NTPC ସହଭାଗିତାରେ ହସ୍ପିଟାଲ ନିର୍ମାଣ ହୋଇଛି । ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସରିଛି । ୧୦୦ MBBS ଡାକ୍ତର ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ଭିତ୍ତିଭୂମି ରହିଛି ।

ତେଣୁ ଆବଶ୍ୟକ ଭିତିଭୂମି ଥିବାରୁ ଏଠାରେ AIIMS ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏପରି ଅନେକ ଦାବି ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

Leave a Reply

Your email address will not be published.