ପୁରୀରେ ଜଣେ ଆଇନଜୀବୀ ଓ ମୋହରୀ କରୋନା ପଜିଟିଭ

ପୁରୀ, (ଓଡିଶା ଟାଇମ୍) : ପୁରୀରୁ ଚିହ୍ନଟ ହୋଇଥିବା ନୂଆ ୧୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଓକିଲ ଓ ଜଣେ ମୋହରୀର ଅଛନ୍ତି ।

ସେମାନଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ଜୁଡିସିଆରି କୋର୍ଟ , କଲେକ୍ଟୋରିଏଟ୍ , ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ଡିଏସଆର୍ ଅଫିସରେ ତାଲା ପଡ଼ିଲା ।

ସୂଚନା ଅନୁଯାୟୀ, ଗଡ଼ିଶାଗଦା ଅଞ୍ଚଳରୁ ଚିହ୍ନଟ ହୋଇଥିବା ଦୁଇ ଅପରାଧୀଙ୍କୁ କୋର୍ଟଚାଲାଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ପରେ କୋର୍ଟ ଅଞ୍ଚଳକୁ କଣ୍ଟେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିବ ବୋଲି ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.