ପଞ୍ଚଭୂତରେ ଲୀନ ହେଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ , (ଓଡିଶା ଟାଇମ୍) : ପଞ୍ଚଭୂତରେ ଲୀନ ହୋଇଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କରୋନା ପାଇଁ କଟକଣା ରହିଥିଲେ ମଧ୍ୟ ଅନେକ ବଲିଉଡ୍ କଳକାର ଅନ୍ତେଷ୍ଟିକ୍ରିୟାରେ ସାମିଲ ହୋଇଥିଲେ। ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ତାଙ୍କ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଥିଲା। ମୁମ୍ୱାଇରେ ପ୍ରବଳ ବର୍ଷା ହୋଇଥିଲେ ବି ତାଙ୍କର ଅନେକ ପ୍ରଶଂସକ ଓ ସାଥି କଳାକାର ମାନେ ସେଠାରେ ଉପସ୍ଥିତ ଥିଲେ ।

ତେବେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଖବର ସମସ୍ତଙ୍କୁ ଚକିତ କରିଦେଇଛି । ପାଟନାରୁ ଆସିଥିବା ୩୪ ବର୍ଷୀୟ ସୁଶାନ୍ତ ଦୀର୍ଘ ସମୟ ଧରି ଅସୁବିଧାରେ ଥିଲେ ଓ ଡିପ୍ରେସନର ଚିକତ୍ସା କରାଉଥିଲେ । ସୁଶାନ୍ତଙ୍କ ବିୟୋଗ ପରେ ତାଙ୍କ ପରିବାର ଲୋକ ବି ସ୍ତବ୍ଧ ହୋଇଯାଇଥିବା ବେଳେ ବଲିଉଡ ଜଗତରେ ବି ଶୋକର ଲହରୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ମୁମ୍ବାଇ ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଜାଣିବାକୁ ଛାନଭିନ୍ ଆରମ୍ଭ କରିଛି । ଏହାରି ମଧ୍ୟରେ ପୋଲିସ ତାଙ୍କ ଭଉଣୀ ସହ କଥା ହେବାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ କହିଥିଲେ ଯେ, ଆର୍ଥିକ ଦୃଷ୍ଟିରୁ କୌଣସି ଅସୁବିଧା ନଥିଲା । କିନ୍ତୁ ଗତ ସପ୍ତାହରୁ ସୁଶାନ୍ତଙ୍କ ଅବସ୍ଥା କିଛି ଠିକ୍ ନଥିଲା । ଡିପ୍ରେସନ ବିଷୟରେ ଜାଣିଥିଲେ ବି ସେ ଆତ୍ମହତ୍ୟା ଭଳି ଭୟଙ୍କର ପଦକ୍ଷେପ ନେବେ ବୋଲି ଜାଣିନଥିଲି । ସେ ସମସ୍ତଙ୍କ ସହ ବହୁ ସାଧାରଣ ଭାବେ କଥା ହେଉଥିଲେ । କିନ୍ତୁ ଗତ କିଛି ଦିନ ହେବ ସୁଶାନ୍ତ ଡିପ୍ରେସନର ମେଡିସିନ୍ ଖାଇବା ବନ୍ଦ କରିଦେଇଥିଲେ । ସୁଶାନ୍ତ କ୍ଲିନିକାଲ ଡିପ୍ରେସନର ଶିକାର ହୋଇଥିଲେ । କିନ୍ତୁ ପୋଲିସ ଏନେଇ କିଛି ସ୍ପଷ୍ଟ କରିନାହିଁ ।

Leave a Reply

Your email address will not be published.