ମାଲକାନଗିରି ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଯବାନ ସହିଦ

ମାଲକାନାଗିରି, (ଓଡିଶା ଟାଇମ୍) :ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣ ଜଣେ ଏସଟିଏଫ୍ ଯବାନ ସହିଦ ହୋଇଛନ୍ତି। ମୃତ ଯବାନଙ୍କ ନାଁ ମୋହନ ନାଗ ।

ସୂଚନା ଅନୁସାରେ, ତରେମ୍ ଥାନା ତୁକଡ଼ି ଅଞ୍ଚଳରେ ଯବାନ ମାନେ କମ୍ୱିଂ ପାଇଁ ବାହାରିଥିଲେ। ହେଲେ ପୂର୍ବରୁ ଯବାନଙ୍କୁ ଟାର୍ଗେଟ କରି ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ। ଆଉ ଜଣେ ଯବାନଙ୍କ ଗୋଡ ପଡିଯିବାରୁ ବ୍ଲାଷ୍ଟ୍ ଆଇଇଡି ହୋଇଥିଲା । ଗୁରୁତର ଅବସ୍ଥାରେ ଯବାନଙ୍କୁ ନିକଟସ୍ଥ ବାସାଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା  । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ସେପଟେ ସୁକୁମା ଜିଲ୍ଲାରେ ଏକ ବଡ ବିସ୍ଫୋରଣରୁ ଅଳ୍ପକେ ବତ୍ତିଲେ ସିଆରପିଏଫ୍ ଯବାନ । ୭୪ ବାଟାଲିଆନର ସିଆରପିଏଫ ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ପାଲମଗୁଡା ଜଙ୍ଗଲରେ ଲ୍ୟାଣ୍ଡମାଇନ  ଲଗାଇଥିଲେ । ହେଲେ ବିଦ୍ୟୁତ ତାରକୁ ଦେଖିବା ପରେ ଯବାନ ମାନେ ସେହି ଲ୍ୟାଣ୍ଡମାଇନକୁ ଠାବ କରିଥିଲେ । କେବେଳ ଲ୍ୟାଣ୍ଡମାଇନ ନୁହେଁ ନକ୍ସଲ ମାନେ ଲୁଚି ରହୁଥିବା ଗୁପ୍ତ ଗୁମ୍ଫା ମଧ୍ୟ ଠାବ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *