ଲାଲକିଲ୍ଲା ହିଂସା : ଯବାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଆକାଶପ୍ରୀତ ସିଂ ଗିରଫ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦିଲ୍ଲୀରେ ଗଣତନ୍ତ୍ର ଦିବସ ଦିନ କୃଷକମାନେ କରିଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାରେ ପୋଲିସ ଆକାଶପ୍ରୀତ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏବେସୁଦ୍ଧା ମୋଟ୍ ୧୨୮ ଜଣଙ୍କୁ ଗିରଫ କରାଯାଇ ସାରିଛି । ଏହାସହ ୪୪ଟି ଏଫଆଇଆର ରୁଜୁ ହୋଇଛି ।

ଆକାଶପ୍ରୀତ ସିଂଙ୍କ ବିରୋଧରେ ସିଆଇଏସଏଫ ଯବାନଙ୍କୁ ଖଣ୍ଡାରେ ଆକ୍ରମଣ ମାମଲା ରହିଛି । ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏହାପରେ ସେ ନର୍ଥ ଦିଲ୍ଲୀରୁ ଗିରଫ ହୋଇଥିଲେ ।

ପୋଲିସର କହିବାନୁସାରେ, ସିଆଇଏସଏଫ ଯବାନଙ୍କ ଉପରେ ଆକ୍ରମଣ କରି ଆକାଶପ୍ରୀତ ମଧ୍ୟ ଆହତ ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେସୁଦ୍ଧା ଗଣତନ୍ତ୍ର ଦିବସ ହିଂସାରେ ୪୪ଟି ଏଫଆଇଆର ରୁଜୁ ହୋଇଥିବା ବେଳେ ୧୨୮ଜଣ ଗିରଫ ହୋଇଛନ୍ତି । ଫଟୋ, ଭିଡିଓ ପ୍ରମାଣ ଆଧାରରେ ସମସ୍ତ ଗିରଫଦାରୀ କରାଯାଉଛି ।

ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚର ଅତିରିକ୍ତ କମିଶନର ବିକେ ସିଂ କହିଛନ୍ତି ଯେ, ଆକାଶ ବାବଦରେ ସୂଚନା ମିଳିଥିଲା । ପର୍ଯ୍ୟାପ୍ତ ପ୍ରମାଣ ରହିଛି । କ୍ରାଇମବ୍ରାଞ୍ଚ୍, ଗୁଜୁରାଟରୁ ଆସିଥିବା ସ୍ପେସାଲ ସେଲ୍ ମିଳିତ ଭାବେ ତଦନ୍ତ କରୁଛନ୍ତି । ସାଇବର୍ ଏକ୍ସପର୍ଟଙ୍କ ସହଯୋଗ ନିଆଯାଇଛି ।

Leave a Reply

Your email address will not be published. Required fields are marked *