ଆମେରିକା ଦୂତାବାସ ଉପରେ ଆକ୍ରମଣ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଛି । ଇରାକର ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ ଦୂତାବସ ଉପରେ ଆକ୍ରମଣ ହେଉଥିବା ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଆକ୍ରମଣ ଇରାବିଲ୍ ସ୍ଥିତ ଆମେରିକା ଦୂତାବାସ ଉପରେ ହୋଇଥିବା ଜଣାପଡ଼ିଛି । ଆମେରିକା ଦୂତାବାସ ଉପରେ ୧୨ଟି ଦୂରଗାମୀ ବାଲାଷ୍ଟିକ୍ ମିଜାଇଲ୍ ଆକ୍ରମଣ ହୋଇଥିବା କୁହାଯାଉଛି ।
ସବୁଠାରୁ ବଡ଼ କଥା ହେଉଛି ଏହି ଆକ୍ରମଣରେ ଦୂତାବାସର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ହେଲେ ଏହି ମିଜାଇଲ ଇରାନରୁ ମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ତଦନ୍ତ କରୁଛି ଇରାକ୍ ଓ କୁର୍ଦ୍ଦିସ୍ର ସରକାର । ଅନ୍ୟପଟେ ଏପରି ହଠାତ୍ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିବା ଘଟଣା ନେଇ ଆମେରିକା କଡ଼ା ନିନ୍ଦା କରିଛି । ସେପଟେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ୧୮ ଦିନ ହେଲା ଯୁଦ୍ଧ ଲାଗି ରହିଛି । ଯୁଦ୍ଧକୁ ନେଇ ଆମେରିକା ତାର ବିବୃତି ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି ।