ଆଜି ସୁପ୍ରିମକୋର୍ଟରେ କୋଟିଆ ଶୁଣାଣି

କୋଟିଆ, (ଓଡିଶା ଟାଇମ୍) :ଆଜି ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ କରାଯିବା ପ୍ରତିବାଦରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍ ଏ.ଏମ୍ . ଖାଣ୍ଡିଲକର ଓ ଜଷ୍ଟିସ୍ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।

ଅଦାଲତ ଅବମାନନା ମାମଲା ବିଚାର ଯୋଗ୍ୟ କି ନୁହେଁ କୋର୍ଟ ସ୍ଥିର କରିବେ। କୋଟିଆ ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶକୁ ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତେ ବିରୋଧ କରୁଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଅପେକ୍ଷା ରହିଛି । ତେବେ ଓଡ଼ିଶା ସରକାରଙ୍କ ତରଫରୁ ଦାଖଲ ଅଦାଲତ ଅବମାନନା ମାମଲାର ଆଇନଗତ ବୈଧତାକୁ ଆନ୍ଧ୍ର ପ୍ରଦେଶ ତରଫରୁ ପ୍ରଶ୍ନ କରାଯାଇଛି ।

କୋଟିଆ ଅଞ୍ଚଳର ଗଞ୍ଜେୟଭଦ୍ରା, ପାଟ୍ଟୁଚେନ୍ନୁନୁର, ପାଗଲୁଚେନ୍ନୁନୁର ଗାଁରେ ଆନ୍ଧ୍ର ସରକାର ୧୯୫୨ରୁ ଲଗାତର ଭାବେ ଭୋଟ କରାଇ ଆସୁଛନ୍ତି ବୋଲି ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଏହି ୩ଟି ଗାଁ ଆନ୍ଧ୍ର ପ୍ରଦେଶର ଆରକୁ ଲୋକସଭା ଆସନ ଏବଂ ସାଲୁରୁ ବିଧାନସଭା ଆସନ ଅଧିନରେ ଆସୁଛି ବୋଲି ସୁପ୍ରିମକୋର୍ଟରେ ବିଜୟନଗରମ ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି। ଆନ୍ଧ୍ରପ୍ରଦେଶରେ ପଞ୍ଚାୟତିରାଜ ଆଇନ ଲାଗୁ ହେବା ପରଠାରୁ କୋଟିଆର ଏହି ୩ ଗାଁରେ ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି।

Leave a Reply

Your email address will not be published. Required fields are marked *