ଆଜି ଗଡ଼ିବନି କୋଣାର୍କ ସ୍ବତନ୍ତ୍ର ଏକ୍ସପ୍ରେସ୍
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱର : ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ରେଳ ଧାରଣା ଉପରେ ପାଣି ଜମି ରହିଛି। ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇପାରୁନାହିଁ। ତେଣୁ ଅଗଷ୍ଟ ୫ରେ ମୁମ୍ବାଇରୁ ଛାଡ଼ିବାକୁ ଥିବା ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍(୦୧୦୧୯)କୁ ବାତିଲ କରାଯାଇଛି।
ଉକ୍ତ ଟ୍ରେନ୍ ନ ଆସିବା ଯୋଗୁଁ ଶୁକ୍ରବାର ତଥା ଅଗଷ୍ଟ ୭ ତାରିଖରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍(୦୧୦୨୦) ଭୁବନେଶ୍ୱରରୁ ବାତିଲ୍ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।