ତ୍ୱଚା ପାଇଁ କେତେ ଉପକାରୀ ଘିକୁଆଁରୀ ?

ଭୁବନେଶ୍ୱର; ଓଡିଶା ଟାଇମ : ଘିକୁଆଁରୀ ଦେଖିବାକୁ ଟିକେ ଅଜିବ ଥିଲେ ମଧ୍ୟ ଏଥିରେ ଔଷଧୀୟ ଗୁଣ ଭରି ରହିଛି । ଏହାକୁ ଚେହେରାର ସୌନ୍ଦର୍ଯ୍ୟ ବଢାଇବାରେ ଉପଯୋଗ କରାଯିବା ସହ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଡାକ୍ତରଙ୍କ କହିବା ଅନୁଯାୟୀ ଭିଟାମିନ୍‌, ଏମିନୋ ଏସିଡ୍ ଓ ମିନେରାଲ ଭଳି ପୋଷକ ତତ୍ୱ ଭରି ରହିଥାଏ । ଏପରିକି ଭିଟାମିନ୍ ଏ, ବି, ସି ଓ ଇ ରହିଛି । ଆସନ୍ତୁ ଜାଣିବା ଏଥିରେ ଆଉ କି ଉପକାରୀ ଗୁଣ ରହିଛି ।

ତ୍ୱଚା ପାଇଁ ଘିକୁଆଁରୀ- ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଫଙ୍ଗଲ୍ ଭଳି ଗୁଣ ରହିଛି । ଆୟୁର୍ବେଦ ଅନୁଯାୟୀ ଘୁକୁଆଁରୀ ଏକ ଚମତ୍କାରୀ ଔଷଧୀ । ଏହା କ୍ଷତସ୍ଥାନ, ମାଇନର କଟ୍‌, ଶୁଷ୍‌କ ତ୍ୱଚା ଓ ଶରୀରରେ ଜଳାପୋଡା ସ୍ଥାନରେ ଏହାକୁ ଲଗାଇଲେ ଭଲ କାମ କରିଥାଏ ।

ଶୁଷ୍କ ତ୍ୱଚା- ଆପଣଙ୍କ ତ୍ୱଚା ଶୁଷ୍କ ରହୁଥିଲେ ଘିକୁଆଁରୀରେ କିଛି ହଳଦୀ, ମହୁ ଓ କିଛି ଗୋଲାପ ଜଳ ମିଶାଇ ପେଷ୍ଟ କରିଦିଅନ୍ତୁ । ପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ଛାଡିଦିଅନ୍ତୁ । ପେଷ୍ଟ ଶୁଖିଗଲା ପରେ ଭଲଭାବେ ଘଷିକି ଧୋଇଦିଅନ୍ତୁ ।

ସେନସିଟିଭ ସ୍କିନ- ସେନସିଟିଭ ସ୍କିନ ପାଇଁ କିଛି ଘିକୁଆଁରୀ ଜେଲ, କାକୁଡି ଜୁସ୍‌, ଦହି ଓ କିଛି ଗୋଲାପ ଜଳ ମିଶାଇ ତାକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ । ପରେ ଏହାକୁ ମୁହଁରେ ଲଗାଇ ପାଖାପାଖି ୨୦ମି. ଯାଏଁ ଶୁଖିବାକୁ ଛାଡି ଦିଅନ୍ତୁ । ପେଷ୍ଟ ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

ଏହା ଶରୀରରୁ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ସହ ରକ୍ତ ସମସ୍ୟାକୁ ଦୂର କରିଥାଏ । ଏହାଛଡା ଶରୀରରେ ବ୍ଲଡ୍ ସୁଗାର କଣ୍ଟ୍ରୋଲ କରିବାରେ ମଧ୍ୟ ସହାୟକ ହୋଇଥାଏ ଘିକୁଆଁରି । ଏଥିସହିତ ଗୋଡ ଫଟା ଓ ଡାଇବେଟିସ୍‌, କନଷ୍ଟିପେସନ୍ ତଥା ପେଟ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

Leave a Reply

Your email address will not be published.