ବସ ଭଡ଼ା ବଢିବା ପରେ ଭୁବନେଶ୍ବରରୁ ଜିଲ୍ଲାମୁଖ୍ୟାଳୟ ଗୁଡ଼ିକୁ କେତେ ଟଙ୍କା ଭଡ଼ା ଜାଣନ୍ତୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବସ ଭଡ଼ା ବଢ଼ିବା ପରେ ଏବେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ସବୁ ଜିଲ୍ଲା ମୁଖ୍ୟାଳୟକୁ କଣ ରହିଛି ବସ ଭଡ଼ା ଜାଣନ୍ତୁ । ଏବେ କଟକକୁ ସାଧାରଣ ବସ୍ ଭଡ଼ା ୨୮ ଟଙ୍କା, ଏକ୍ସପ୍ରେସ ୨୯ ଟଙ୍କା, ଡିଲକ୍ସ ୪୧ ଟଙ୍କା, ଏସି ଡିଲକ୍ସ ୪୯ ଟଙ୍କା, ସୁପର ପ୍ରିମିୟମ ୭୬ ଟଙ୍କା ହୋଇଛି। । ପୁରୀକୁ ସାଧାରଣ ବସ୍ ଭଡ଼ା ୫୯ ଟଙ୍କା ଥିବା ବେଳେ ଏକ୍ସପ୍ରେସ ବସ୍ ଭଡ଼ା ୬୧ ଟଙ୍କା, ଡିଲକ୍ସ ବସ୍ ୮୬ ଟଙ୍କା, ଏସି ଡିଲକ୍ସ ୧୦୪ ଟଙ୍କା, ସୁପର ପ୍ରିମିୟମ ୧୬୨ ଟଙ୍କା ହୋଇଛି । ସମ୍ବଲପୁରକୁ ଅଡିନାରୀ ୨୭୬ ଟଙ୍କା ହୋଇଥିବା ବେଳେ ଏକ୍ସପ୍ରେସ ୨୮୮ ଟଙ୍କା, ଡିଲକ୍ସ ୪୦୫ ଟଙ୍କା, ଏସି ଡିଲକ୍ସ ୪୮୯ ଟଙ୍କା, ସୁପର ପ୍ରିମିୟମ ୭୫୯ ଟଙ୍କା। ବ୍ରହ୍ମପୁରକୁ ଅଡିନାରୀ ୧୬୦ ଟଙ୍କା, ଏକ୍ସପ୍ରେସ ୧୬୭ ଟଙ୍କା, ଡିଲକ୍ସ ୨୩୫ ଟଙ୍କା, ଏସି ଡିଲକ୍ସ ୨୮୪ ଟଙ୍କା, ସୁପର ପ୍ରିମିୟମ ୪୪୦ ଟଙ୍କା ହୋଇଥିବା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି।
ସମସ୍ତ ଜିଲ୍ଲା ଗୁଡିକର ମୁଖ୍ୟାଳୟକୁ କେତେ କଣ ବସ ଭଡ଼ା ରହୁଛି ତଳେ ଦିଆଯାଇଥିବା ଚାଟରୁ ଆପଣମାନେ ଜାଣିପାରିବେ ।