ଘରୋଇ ଉପଚାର କରି ନଖରୁ ଏହିପରି ଛଡାନ୍ତୁ ନେଲପଲିସ୍
ଭୁବନେଶ୍ୱର: ଝିଅ ମାନେ ଶ୍ରୀଙ୍ଗାର କରିବାକୁ ଖୁବ୍ ଭଲ ପାଆନ୍ତି । ଏପରିକି ସେମାନେ ନିଜ ନଖର ସୌନ୍ଦର୍ଯ୍ୟ ବଡାଇବା ଜମା ଭୁଲନ୍ତି ନାହିଁ । ସେଥିପାଇଁ ଅନେକ ମହିଳା ସେମାନଙ୍କ ନଖକୁ ବିଭିନ୍ନ ସେପ୍ ଦେବା ସହ ନେଲପଲିସ୍ ମଧ୍ୟ ଲଗାଇଥାନ୍ତି ।
ଏପରିକି ଆଉ କେହିକେହି ନେଲପଲିସ ଲଗାଇବା ପରେ ନଖରେ ବିଭିନ୍ନ ଡିଜାଇନ୍ ମଧ୍ୟ କରିଥାଆନ୍ତି । ଅନେକ ସମୟରେ ନେଲପଲିସ୍ ଲଗାଇବା ବେଳେ ତାହା ନଖ କଡରେ ଲାଗି ଯାଇଥାଏ । ଜାଣନ୍ତୁ ଘରୋଇ ଉପଚାର ମାଧ୍ୟମରେ କିପରି ନଖରୁ ନେଲପଲିସ୍ ଛଡାଇବେ ।
ଆଲକୋହଲ୍- ଯଦି ଆପଣଙ୍କ ଘରେ ଆଲକୋହଲ୍ ଅଛି, ତାହେଲେ ଆପଣ ତାହାର ଗୋଟିଏ ବୁନ୍ଦା ନେଇ ନିଜ ନଖ ଉପରେ ପକାନ୍ତୁ । ପରେ ଏକ ସୁତା କପଡାରେ ରଗଡି ରଗଡି ନେଲ୍ ପଲିସକୁ ସଫା କରନ୍ତୁ, ଦେଖିବେ ନଖରୁ ପୂରାପୁରି ନେଲପଲିସ୍ ଛାଡିଯିବ ।
ସିରକା- ସରକାର ବ୍ୟବହାର ବହୁତ କାମରେ ହେଉଥିବା ବେଳେ ଆପଣ ଚାହିଁଲେ ଏହାର ବ୍ୟବହାର କରି ନଖରୁ ନେଲପଲିସ ଛଡାଇ ପାରିବେ । ସିରକାରେ ତୁଳା ବୁଡାଇ ହାଲୁକା ଭାବେ ନଖ ଉପରେ ଘଷନ୍ତୁ । ଏହାଦ୍ୱାରା ନେଲପଲିସ ସମ୍ପୂର୍ଣ୍ଣ ଛାଡିଯିବ ।
ନେଲ୍ ପଲିସ୍- ଆପଣ ଭାବୁଥିବେ ନେଲପଲିସ୍ ଛଡାଇବା ପାଇଁ ନେଲପଲିସକୁ୍ କେମିତି ବ୍ୟବହାର କରିବେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ ଏହାର ବ୍ୟବହାର କରି ନେଲପଲିସକୁ ମଧ୍ୟ ଛଡାଇପାରିବେ । ନଖରୁ ନେଲପଲିସ୍ ଛଡାଇବା ଲାଗି ପ୍ରଥମେ ନଖରେ କିଛି ବୁନ୍ଦା ନେଲପଲିସ୍ ପକାଇ ଦିଅନ୍ତୁ ଏବଂ ତୁରନ୍ତ କପଡାରେ ସଫା କରିନିଅନ୍ତୁ ।
ଦେଖିବେ ନଖରୁ ସମ୍ପୂର୍ଣ୍ଣ ଭାବେ ପୁରୁଣା ନେଲପଲିସ୍ ଛାଡିଯିବ ଏବଂ ଆପଣ ଆରାମରେ ନୂଆ ନେଲପଲିସ୍ ଲଗାଇପାରିବେ ।