ଅଁଳାରେ ରହିଛି ଏହିସବୁ ଉପକାରୀ ଗୁଣ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ସୁସ୍ଥ ଓ ସବଳ ରହିବା ପାଇଁ ସମସ୍ତେ ଭଲ ପାଇଥାନ୍ତି । ହେଲେ ବ୍ୟସ୍ତବହୁଳ ଜୀବନ ଯୋଗୁଁ ବେଳେ ବେଳେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ହୋଇନଥାଏ । ଏହାଛଡା ଋତୁ ପରିବର୍ତ୍ତନ ସହ ଅନ୍ୟାନ୍ୟ କାରଣରୁ ମଧ୍ୟ ଅନେକ ସମୟରେ ଦେହ ଅସୁସ୍ଥ ହୋଇ ପଡିଥାଏ ।

ବିଭିନ୍ନ ଖାଦ୍ୟ ପଦାର୍ଥ ମଧ୍ୟରେ ଖୁବ୍ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ ଅଁଳା । ଜାଣନ୍ତୁ, ଏଥିରେ କେଉଁ ସବୁ ଉପକାରୀ ଗୁଣ ରହିଛି ।

ପ୍ରତିଦିନ ଗୋଟିଏ ଲେଖାଏଁ ଅଁଳା ଖାଇଲେ ଆଖି ଜନିତ ସମସ୍ୟା ଦୂର ହୋଇଥାଏ । ଏଥିରେ କେରୋଟିନ୍ ଥିବାରୁ ଆଖିରୁ ପାଣି ବୋହିବା, କୁଣ୍ଡେଇ ହେବା ଓ ଝାପସା ଦେଖାଯିବା ଭଳି ସମସ୍ୟାରୁ ଉପଶମ ଦେଇଥାଏ ।

ଏହା ଛଡା ତ୍ୱଚାରେ ଚମକ ଆଣିବା ସହ କେଶକୁ ମଧ୍ୟ ନମନୀୟ ରଖିଥାଏ ଅଁଳା ।

ଅଁଳା ଆଣ୍ଠୁ ଗଣ୍ଠି ଭଳି ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ । ଏହାଛଡା କିଛି ଅଁଳା ଜୁସରେ ପାଣି ମିଶାଇ ଗଗଲିଂ କଲେ ପାଟି ଯନ୍ତ୍ରଣାକୁ ଉପଶମ ମିଳିଥାଏ ।

ପ୍ରତିଦିନ ଗୋଟିଏ ଗ୍ଲାସ ପାଣିରେ ଅଁଳା ରସ ଓ ମହୁ ମିଶାଇ ପିଅନ୍ତୁ । ଏଭଳି କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ଦୈନନ୍ଦିନ ଗୋଟିଏ ଲେଖାଏଁ ଅଁଳା ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ଏପରିକି ବଦହଜମୀ ଓ କୋଷ୍ଠ କାଠିନ୍ୟ ଭଳି ଅନେକ ସମସ୍ୟାରୁ ମଧ୍ୟ ଉପଶମ ମିଳି ପାରିଥାଏ ।

ଏହାଛଡା ମେଦ ବହୁଳତା ଓ ମାସଂପେଶୀକୁ ଶକ୍ତ କରିବାରେ ମଧ୍ୟ ଅଁଳା ସହାୟକ ହୋଇଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଁଳା ସେବନ ଦ୍ୱାରା ଡାଇବେଟିସ୍ ରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ।

Leave a Reply

Your email address will not be published. Required fields are marked *