ରାଜ୍ୟରେ ରେକର୍ଡ ସ୍ତରରେ ପେଟ୍ରୋଲ ଦର

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ରେକର୍ଡ ସ୍ତରରେ ପେଟ୍ରୋଲ ଦର ପହଞ୍ଚିଛି। ପେଟ୍ରୋଲ୍ ଲିଟର ପିଛା ୮୪ ଟଙ୍କା ଟପି ଥିବାବେଳେ ଡିଜେଲ୍ ୮୦ ଟଙ୍କା ଉପରେ ରହିଛି।

ଗତ ୧୬ ଦିନରେ ୧୪ ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର। ଓଡ଼ିଶାରେ ୨୦୧୮ରେ ପେଟ୍ରୋଲ ଦର ଏଭଳି ଆଶାତୀତ ବଢ଼ିଥିଲେ ମଧ୍ୟ, ଅକ୍ଟୋବର ପରେ ତଳକୁ ଖସିଥିଲା। ହେଲେ ୨ ବର୍ଷ ପରେ ତୈଳ ଦର ଏଭଳି ଆକାଶଛୁଆଁ ହେବାରୁ ଲୋକଙ୍କ ଚିନ୍ତା ବଢ଼ିଛି।

ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପ୍ରତି ୮୩ଟଙ୍କା ୭୧ପଇସା ରହିଥିବା ବେଳେ ଡିଜେଲ ଦର ୭୩ଟଙ୍କା ୮୭ପଇସା ରହିଛି। ସେହିପରି ମୁମ୍ବାଇରେ ଲିଟର ପ୍ରତି ପେଟ୍ରୋଲ ଦର ୯୦ଟଙ୍କା ୩୪ ପଇସା ଓ ଡିଜେଲ ୮୦ଟଙ୍କା ୫୧ପଇସା ରହିଛି।

Leave a Reply

Your email address will not be published. Required fields are marked *