ଆଖି ସମସ୍ୟାରୁ ଉପଶମ ଦିଏ ଅଁଳା
ଭୁବନେଶ୍ୱର,(ଓଡିଶା ଟାଇମ୍): ସୁସ୍ଥ ଓ ସବଳ ରହିବା ପାଇଁ ସମସ୍ତେ ଭଲ ପାଇଥାନ୍ତି । ହେଲେ ବ୍ୟସ୍ତବହୁଳ ଜୀବନରେ ବେଳେ ଠିକ୍ ଭାବେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ହୋଇନଥାଏ । ଏହାଛଡା ଋତୁ ପରିବର୍ତ୍ତନ ସହ ଅନ୍ୟାନ୍ୟ କାରଣରୁ ମଧ୍ୟ ଅନେକାଂଶରେ ଦେହ ଅସୁସ୍ଥ ହୋଇପଡିଥାଏ ।
ଆପଣ ଚାହିଁଲେ ପ୍ରତିଦିନ ଗୋଟିଏ ଲେଖାଏଁ ଅଁଳା ସେବନ କରି ସୁସ୍ଥ ରହିପାରିବେ । ଆପଣ ଅଁଳାକୁ କଞ୍ଚା କିମ୍ବା ଶୁଖିଲା ସେବନ କରିପାରିବେ । ଜାଣନ୍ତୁ କେଉଁକେଉଁ ସମସ୍ୟାରୁ ଉପଶମ ଦେଇଥାଏ ଅଁଳା…
ଶରୀରରେ ଅନେକ ସମୟରେ ଥଣ୍ଡା, କାଶ ଓ ଜ୍ୱର ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଏଥିରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ । ଅଁଳା ଖାଇବା ଦ୍ୱାରା ଏସବୁ ସମସ୍ୟାରୁ ଉପଶମ ମିଳିଥାଏ ।
ଅଁଳାରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ ।
ଅଁଳାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।
ପ୍ରତିଦିନ ଗୋଟିଏ ଲେଖାଏଁ ଅଁଳା ଖାଇଲେ ଆଖି ଜନିତ ସମସ୍ୟା ଦୂର ହୋଇଥାଏ । ଏଥିରେ କେରୋଟିନ୍ ଥିବାରୁ ଆଖିରୁ ପାଣି ବୋହିବା, କୁଣ୍ଡେଇ ହେବା ଓ ଝାପସା ଦେଖାଯିବା ଭଳି ସମସ୍ୟାରୁ ଉପଶମ ଦେଇଥାଏ ।
ଅଁଳାରେ ଆଣ୍ଟିବ୍ୟାକ୍ଟେରିଆ ଓ ଆଣ୍ଟି ଅକ୍ସିଡାଣ୍ଟ ଭଳି ତତ୍ୱ ରହିଥାଏ । ଯାହା ଆମ ଶରୀରର ଇମ୍ୟୁନି ସିଷ୍ଟମକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ଏହା କେଶ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ରକ୍ତ ସଞ୍ଚାଳନ ସଠିକ୍ ରୂପେ କରିବା ସହ, କେଶକୁ ବୃଦ୍ଧି, ମଜଭୁତ କରିଥାଏ ଏବଂ ରୂପି ସମସ୍ୟାକୁ ବି ଦୂର କରିଥାଏ ।
ଅଁଳା ଆଣ୍ଠୁ ଗଣ୍ଠି ଭଳି ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ । ଏହାଛଡା କିଛି ଅଁଳା ଜୁସରେ ପାଣି ମିଶାଇ ଗଗଲିଂ କଲେ ପାଟି ଯନ୍ତ୍ରକ୍ରୁ ଉପଶମ ମିଳିଥାଏ ।