କୋମାରେ କିମ୍ ଜୋଙ୍ଗ-ଉନ୍‌, ଶାସନ ଭାର ସମ୍ଭାଳିବେ ଭଉଣୀ!

ନୂଆଦିଲ୍ଳୀ, (ଓଡିଶା ଟାଇମ୍‌): ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ-ଉନ୍‌ଙ୍କୁ ନେଇ ପୁଣି ଥରେ ଚର୍ଚ୍ଚିତ ଖବର ଆସିଛି । ଖବର ଅନୁଯାୟୀ ସେ କୁଆଡେ କୋମା ଅବସ୍ଥାରେ ଅଛନ୍ତି, ଯାହା ଫଳରେ ଏବେ ସେଠାକାର ଶାସନ ଭାର ତାଙ୍କ ଭଉଣୀ କିମ୍ ୟୋ-ଜୋଙ୍ଗ ସମ୍ଭାଳିବାକୁ ଯାଉଛନ୍ତି।

ଏନେଇ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି କିମ୍ ଡେଇ-ଜୁଙ୍ଗଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସୋଙ୍ଗ-ମୀନ୍ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ-ଉନ୍ କୋମାରେ ଥିବା ନେଇ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚାଙ୍ଗ ସୋଙ୍ଗ-ମୀନ୍‌ଙ୍କ କହିବାନୁଯାୟୀ ଉତ୍ତର କୋରିଆ ଶାସକ ଏବେ କୋମାରେ ଥିବା ବେଳେ ତାଙ୍କ ଭଉଣୀ କିମ୍ ୟୋ-ଜୋଙ୍ଗଙ୍କୁ ଆମେରିକା ଓ ଦକ୍ଷିଣ କୋରିଆର ରାଜନୈତିକ ସମ୍ପର୍କକୁ ସମ୍ଭାଳିବା ଲାଗି ଆଧିକାରୀକ ଭାବେ ଦାୟିତ୍ୱ ଦିଆଯାଇଛି ।

ଆହୁରି ମଧ୍ୟ ଚାଙ୍ଗ ସୋଙ୍ଗ-ମୀନ୍ ତଥାକଥିତ ଭାବେ ଦାବି କରିଛନ୍ତି ଯେ ଉତ୍ତର କୋରିଆର କୌଣସି ବି ନେତା ନିଜ ଶକ୍ତି ତଥା ଅଧିକାରକୁ ସେପର୍ଯ୍ୟନ୍ତ ଅନ୍ୟ କାହାକୁ ହସ୍ତାନ୍ତର କରନ୍ତି ନାହିଁ, ଯେଉଁ ଯାଏଁ ତାଙ୍କ ଶାସନ ଭାରରୁ ହଟାଇବା କିମ୍ବା ଅତ୍ୟଧିକ ସ୍ୱାସ୍ଥ୍ୟ ଖରାପ ନହେଇଯାଏ ।

ମିଡିଆ ରିପୋର୍ଟ ଅନୁଯାୟୀ, ସେ ପ୍ରକାଶ କରିଛନ୍ତି ଯେ କିମ୍ ଜୋଙ୍ଗ-ଉନ୍ କୋମାରେ ଅଛନ୍ତି କିନ୍ତୁ ତାଙ୍କର ମୃତ୍ୟୁ ହୋଇନାହିଁ । ଉତ୍ତର କୋରିଆରେ ଏକ ପୂର୍ଣ୍ଣ ଉତ୍ତରାଧିକାରୀ ସଙ୍ଗଠନର ନିର୍ମାଣ କରାଯାଇ ନାହିଁ । ଅଧିକ ସମୟ ଯାଏଁ ଶାସନ ଗାଦିକୁ ଖାଲି ରଖା ଯାଇପାରିବ ନାହିଁ । ସେଥିପାଇଁ କିମ୍ ୟୋ-ଜୋଙ୍ଗଙ୍କୁ ସମ୍ମୁଖକୁ ଅଣା ଯାଉଛି ।

ଆହୁରି ମଧ୍ୟ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ-ଉନ୍‌ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ ଉତ୍ତର କୋରିଆ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନଥିବା ସୁତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *