ବନ୍ଧୁକ ମୁନରେ ଅପହରଣ, କେସିଙ୍ଗାରୁ ଉଦ୍ଧାର ହେଲେ ନିର୍ବ।ହୀ ଅଧିକାରୀ
ଝାରସୁଗୁଡ଼ା, (ଓଡିଶା ଟାଇମ୍) : ବନ୍ଧୁକ ମୁନରେ ନିର୍ବ।ହୀ ଅଧିକାରୀଙ୍କୁ ଅପହରଣ । ବିଳମ୍ବିତ ରାତିରେ ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବ।ହୀ ଅଧିକାରୀ ମନୋରଞନ ପଟ୍ଟନାୟକଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ତାଙ୍କ ସରକାରୀ କ୍ବାଟରରୁ ପାଞ୍ଚରୁ ସାତ ଜଣ ଦୁର୍ବୃତ୍ତ ଭୁଜାଲୀ ଓ ବନ୍ଧୁକ ଦେଖାଇ ବୋଲେରୋ ଗାଡିରେ ଅପହରଣ କରିନେଇଥିଲେ ।
ତାଙ୍କ ଠାରୁ ୩ ଲକ୍ଷ ଟଙ୍କାର ଚେକ ନେଇଥିବା ବେଳେ ନଗଦ ଟଙ୍କା ଦାବୀ କରିଥିବା ସେ ଅଭିଯୋଗ କରିଛନ୍ତି । ସେ ଜଣେ ଠିକାଦାରଙ୍କୁ ନଗଦ ଟଙ୍କା ପାଇଁ ଫୋନ କରିଥିଲେ । ତେବେ ପୋଲିସ ସୂଚନା ଭୟରେ କାହାକୁ କିଛି ନ ଜଣାଇବା ଭୟ ଦେଖାଇ ତାଙ୍କୁ ଛାଡି ଦେଇଥିଲେ । ଆଜି ସକାଳୁ କେସିଙ୍ଗା ଅଂଚଳରେ ନିର୍ବାହୀ ଯନ୍ତ୍ରୀ ଙ୍କୁ ଠାବ କରାଯାଇଛି । ନିର୍ବ।ହୀ ଅଧିକାରୀ କେସିଙ୍ଗା ଥାନାରେ ପହଂଚି ସୂଚନା ଦେଇଛନ୍ତି । କଥାବାର୍ତ୍ତାରୁ ଅପହରଣକାରୀ ଝାଡ଼ଖଣ୍ଡ ଅପରାଧି ବୋଲି ଅନୁମାନ କରାଯାଉଛି ।