ଖୋର୍ଦ୍ଧା ଏସ୍ପିଙ୍କୁ କରୋନା
ଖୁର୍ଦ୍ଧା, (ଓଡିଶା ଟାଇମ୍) :ଖୋର୍ଦ୍ଧା ଏସପିଙ୍କୁ କରୋନା । ଏସପି ଅଜୟ ପ୍ରତାପ ସ୍ବାଇଁଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ସ୍ବାବ୍ ଟେଷ୍ଟରୁ ସେ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି ।
ପୂର୍ବରୁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ ଷ୍ଟାଫ୍ ସଂକ୍ରମିତ ହୋଇଥିଲେ । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ସ୍ବାବ୍ ଟେଷ୍ଟ କରାଯାଇଥିଲା । ସ୍ବାବ୍ ଟେଷ୍ଟରେ ଏସପି ଅଜୟ ପ୍ରତାପ ସ୍ବାଇଁ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏସପିଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଭୟର ବାତ୍ତାବରଣ ଖେଳିଯାଇଛି । ତେବେ କେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।