କୋଚ୍ଚିରେ ଗ୍ଲାଇଡର ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ନୌସେନା ଅଧିକାରୀ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେରଳର କୋଚ୍ଚି ଜିଲ୍ଲାରେ ଆଜି ସକାଳେ ବଡ଼ ଏକ ଦୁର୍ଘଟଣା ଘଟିଛି। ବିମାନ ଦୁର୍ଘଟଣାରେ ନୌସେନାର ଦୁଇ ଅଧିକାରୀ ପ୍ରାଣ ହରାଇଛନ୍ତି। ଡିଫେନ୍ସ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି। ଏଥିରେ ଦୁଇ ଜଣ ନୌସେନାଙ୍କ ମୃତ୍ୟୁ ହୋଛି। ଅର୍ଥାତ୍ ଲେଫ୍ଟନାଣ୍ଟ୍ ରାଜୀବ ଝା (୩୯) ଓ ସୁନୀଲ କୁମାର (୨୯) ଏହି ବିମାନରେ ଥିଲେ ଓ ଦୁହେଁ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସକାଳ ପ୍ରାୟ ୭ଟାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ତେବେ ଏହି ଦୁର୍ଘଟଣା ଥୋପୁମପଡ଼ି ବ୍ରିଜ ନିକଟସ୍ଥ ନୌସେନା ବେସ୍ ପାଖରେ ହୋଇଛି। ରୁଟିନ୍ ଟ୍ରେନିଂ ସମୟରେ ଏହି ଏୟାରକ୍ରାଫ୍ଟ ଆଇଏନଏସ ଗରୁଡାରୁ ଉଡାଣ ଭରିଥିଲା। ଏହି ସମୟରେ ହିଁ ଏହି ଅଘଟଣ ଘଟିଛି। ଦୁର୍ଘଟଣା ପରେ ଗ୍ଲାଇଡରକୁ ମଲବେରୁ ଉଦ୍ଧାର କରାଯାଇଛି। ଦକ୍ଷିଣ ନୌସେନା କମାଣ୍ଡର ଏହି ମାମଲାର ଯାଞ୍ଚ ଆଦେଶ ଦେଶ ଦେଇ ତଦନ୍ତ ବୋର୍ଡ ଗଠନର ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *