କେରଳ ବିମାନ ଦୁର୍ଘଟଣା: ୨ ପାଇଲଟଙ୍କ ସମେତ ୧୮ ମୃତ

କୋଝିକୋଡ, (ଓଡିଶା ଟାଇମ୍‌): କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ରହିଥିବା ବେଳେ ୧୨୭ ଜଣ ଆହତ ହୋଇଛନ୍ତି ।

ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଦୁବାଇରୁ ଆସୁଥିବା ଆଇଏକ୍ସ-୧୩୪୪ ବିମାନଟି କୋଝିକୋଡ଼ ବିମାନବନ୍ଦରରେ ଓହ୍ଲାଇବା ବେଳେ ଦୁର୍ଭାଗ୍ୟବଶତଃ ରନୱେରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଥିଲା ।

ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗଣମାଧ୍ୟମକୁ କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ପ୍ଲେନର ଦୁଇ ପାଇଲଟ୍ ସମେତ ୧୮ ଜଣ ମୃତ୍ୟୁ ବରଣ କରିଛନ୍ତି ।

ଏଥିସହିତ ୧୨୭ ଜଣ ଯାତ୍ରୀ ଚିକିତ୍ସାଧୀନ ରହିଥିବା ବେଳେ ବାକି ମାନଙ୍କୁ ମେଡିକାଲରୁ ଛଡା ଯାଇଛି । ଏହି ବିମାନଟି ବନ୍ଦେ ଭାରତ ମିଶନ ଅଧିନରେ ୧୯୦ ପ୍ରବାସୀଙ୍କୁ ଧରି ଦୁବାଇରୁ ଆସି କେରଳରେ ଲ୍ୟାଣ୍ଡ କରିଥିଲା ବେଳେ ଏଭଳି ଅଘଟଣ ଘଟିଛି ବୋଲି ସେ ପ୍ରକାଶ କରିଛନ୍ତି।

କୋଝିକୋଡ଼ ବିମାନବନ୍ଦରଟି ’ଟେବୁଲ୍ ଟପ୍‘ ଭାବରେ ଗଣାଯାଏ । ଅର୍ଥାତ୍ ରନୱେ ଶେଷ ଭାଗ ସମତଳ ଭୂମି ନ ହୋଇ ଖାତ ରହିଥିବାରୁ ଏହାକୁ ଟେବୁଲ ଟପ୍ ବୋଲି କୁହାଯାଏ ।

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ବିମାନ ଅବତରଣ ସମୟରେ କୌଣସି ନିଆଁ ଲାଗିନାହିଁ । କେବଳ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଯାତ୍ରୀମାନେ ହତାହତ ହୋଇଛନ୍ତି ।

 

Leave a Reply

Your email address will not be published.