କୋଭିଡ୍‌ ଟୀକା ପରୀକ୍ଷା ପାଇଁ ଶରୀର ଉତ୍ସର୍ଗ କରିବାକୁ ଚାହୁଁଛନ୍ତି ଯୁବକ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌) :କରୋନା ପାଇଁ ସମଗ୍ର ପୃଥିବୀ ଆତଙ୍କିତ ହୋଇ ପଡ଼ିଛି । କରୋନାରେ ଲକ୍ଷ ଲକ୍ଷ ଲୋକ ବି ପ୍ରାଣ ହରାଇ ସାରିଳେଣି । କରୋନାରୁ ମୁକ୍ତି ପାଇବା ପାଇଁ ଭାରତ ସମେତ ପୃଥିବୀର ଅନେକ ଦେଶ କରୋନା ପ୍ରତିଶେଧକ ଟୀକା ପ୍ରସ୍ତୁତିରେ ଲାଗିଛନ୍ତି । ଟୀକା ପ୍ରସ୍ତୁତ ହେବା ପରେ ତାହାର କ୍ଲିନିକାଲ ପରୀକ୍ଷା ଆବଶ୍ୟକ । ଏପରି କି ମଣିଷ ଶରୀରରେ ମଧ୍ୟ ଏହି ଟୀକାର କ୍ଲିନିକାଲ ପରୀକ୍ଷାର ଆବଶ୍ୟକତା ରହିଛି । ଏହି ପରୀକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବକ ନିଜ ଶରୀରକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହୋଇଛନ୍ତି ।

ଯୁବକ ଜଣକ ହେଲେ ପଟାମୁଣ୍ଡାଇ ବ୍ଲକ ବଡ଼ମହନପୁର ପଂଚାୟତର ଦେଉଳି ଗାଁର ଗୌତମ ବେହେରା । ସେ ଜଣେ ସ୍ୱେଚ୍ଛାସେବୀ। ଉତ୍କଳମଣୀ ଯୁବକ ସଂଘ ନାମରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଠନ କରି ସେ ସମାଜସେବା କରୁଛନ୍ତି । ସେ ତାଙ୍କ ସହିତ ସ୍ଥାନୀୟ ଅନେକ ଯୁବକଙ୍କୁ ମଧ୍ୟ ସାମିଲ କରିଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଟୁଇଟ କରି ଜଣାଇଛନ୍ତି ।

Leave a Reply

Your email address will not be published.

%d bloggers like this: