ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେବାରୁ ସେ ଅସୁସ୍ଥ ଅନୁଭବ କରୁଥିଲେ । ଏଥିସହିତ ଏହାସବୁ କରୋନା ଲକ୍ଷଣ ହୋଇଥିବାରୁ ସେ ଘରେ ସଙ୍ଗରୋଧରେ ମଧ୍ୟ ରହିିଥିଲେ । ସେ ଗତ ୭ରେ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସାମିଲ ଥିବା ବ୍ୟକ୍ତିଙ୍କୁ କାହା ସହ ନ ମିଶିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ । କୁହାଯାଉଛି ଯେ, ରିପୋର୍ଟ ଆସିବା ପରେ କେଜ୍ରିଓ୍ଵାଲ ଏବେ ସାତ ଦିନ ଆଇସୋଲେସନରେ ରହିବେ ।
କରୋନା କାରଣରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଙ୍ଗଳବାର ଡିଡିଏମ ବୈଠକରେ ମଧ୍ୟ ଯୋଗ ଦେଇ ପାରିନଥିଲେ। ତାଙ୍କ ଜାଗାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଡିଡିଏମ ବୈଠକରେ ଉପସ୍ଥିତ ରହିଥିଲେ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଅଧିକାରୀଙ୍କୁ ଏହି ସୂଚନା ଦିଆଯାଇଛି ଯେ, ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ନାହିଁ। କିନ୍ତୁ ସେ କିଛି ରିପୋର୍ଟରୁ ଆକଳନ କରି କହିଛନ୍ତି ଯେ, ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୫.୫ ଲକ୍ଷ ପର୍ଯ୍ୟନ୍ତ ଛୁଇଁପାରେ। ଦିଲ୍ଲୀ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ସହିତ ବୈଠକ ପରେ ମନୀଷ ସିସୋଦିଆ କହିଛନ୍ତି ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା ୮୦ ହଜାର ଶଯ୍ୟା ଆବଶ୍ୟକ। ବୈଠକର ଅଧ୍ୟକ୍ଷତା କରିଥିଲେ ଉପ ରାଜ୍ୟପାଳ ଅନିଲ ବୈଜଲ। ବୈଜଲ ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧୀକରଣର ସଭାପତି ମଧ୍ୟ ।