ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ : ସିଂହଦ୍ବାର ସମ୍ମୁଖରେ ଲାଗିଛି ବ୍ୟାରିକେଡ

ପୁରୀ, (ଓଡିଶା ଟାଇମ୍) :ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ସେହିଭଳି ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା ଥିବାରୁ ଭକ୍ତ ତଥା ହବିଷ୍ୟାଳୀ ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଦକ୍ଷଣ କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି। ବିଶେଷ କରି ପତିତପାବନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଭିଡ଼ ହେଉଥିବାରୁ ସେଠାରେ ଏକ ସ୍ବତନ୍ତ୍ର ବ୍ୟାରିକେଡ଼ କରାଯାଇଛି । ଭକ୍ତ ମାନେ ସେହି ରାସ୍ତାରେ ଯାଇ ସିଧା କାକୁଡ଼ିଖାଇ ଛକରେ ପହଞ୍ଚି ଶ୍ରୀମନ୍ଦିର ଚାରିପାଖ ପ୍ରଦକ୍ଷଣ କରିପାରିବେ।ସେହିପରି କାର୍ତ୍ତିକ ମାସରେ ଭକ୍ତ ମାନେ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇବେ ସେ ନେଇ ଉତ୍ତର ଓ ଦକ୍ଷିଣଦ୍ବାର ନିକଟରେ ଏକ ସେଡ଼ କରାଯାଇଛି । ସେଠାରେ ସୁଆର ମହାସୁଆର ନିଯୋଗ ଠାରୁ ଟୋକନ ନେଇ ଭକ୍ତ ସୁଲଭ ମୁଲ୍ୟରେ ମହାପ୍ରସାଦ ପାଇ ପାରିବେ ।

Leave a Reply

Your email address will not be published. Required fields are marked *