କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କ ପରଲୋକ

ବେଙ୍ଗାଲୁର, (ଓଡିଶା ଟାଇମ୍) : ପରଲୋକର ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡିି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ବିଜୟ ରେଡ୍ଡିଙ୍କ ଦେହାନ୍ତରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାଙ୍କଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ପର୍ଯ୍ୟନ୍ତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏଏନ୍ଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ବିଜୟ ରେଡ୍ଡି ୫୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି। ସେଥିମଧ୍ୟରୁ ୪୮ଟି କନ୍ନଡ ଚଳଚ୍ଚିତ୍ର ରହିଛି। ବିଜୟ ରେଡ୍ଡି ୧୯୭୩ ମସିହାରେ ‘ଗାନ୍ଧାରା ଗୁଡି’ ନାମକ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରଟି କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଥିଲା।

Leave a Reply

Your email address will not be published. Required fields are marked *