କର୍ଣ୍ଣାଟକରେ ୧୨ ଦିନରେ ୬ ଥର ଭୂକମ୍ପ ଅନୂଭୂତ, ପୁଣି ଥରିଲା ବିଦର ଏବଂ କଲବୁର୍ଗୀ

ବେଙ୍ଗାଲୁରୁ, (ଓଡିଶା ଟାଇମ୍): କର୍ଣ୍ଣାଟକର କଲବୁର୍ଗୀ ଜିଲ୍ଲାରେ ମଙ୍ଗଳବାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୬ ଥିବା ଜଣାପଡ଼ିଛି। ଏଥିରେ କୌଣସି ଧନ ଜୀବନ ନଷ୍ଟ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ। ତେବେ ଅକ୍ଟୋବର ପହିଲାରୁ ଏବେ ଯାଏଁ ବିଦର ଏବଂ କଲବୁର୍ଗୀ ଅଞ୍ଚଳରେ ଉତ୍ତର କର୍ଣ୍ଣାଟକ କ୍ଷେତ୍ରରେ ୬ ଥର ଭୂକମ୍ପ ଅନୁଭୂତ ହୋଇଛି।

୧ ଏବଂ ୫ ଅକ୍ଟୋବରରେ ଦୁଇ ଥର ୧୧ ଏବଂ ୧୨ ଅକ୍ଟୋବରରେ ମୋଟ ୪ ଥର ଭୂମିକମ୍ପ ଆସିଥିବା ସୂଚନା ମିଳିଛି। କର୍ଣ୍ଣାଟକ ପ୍ରାକୃତିକ ବପର୍ଯ୍ୟୟ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋମବାର ସକାଳେ କଲବୁର୍ଗୀର ଗଡ଼ୀକେଶ୍ବରୀ ଗାଁ ପାଖରେ ଥରେ ଏବଂ ରାତି ୯.୫୫ରେ ସେହି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ସକାଳେ ଚିଞ୍ଚୋଲିର କାନପୁର ଗାଁକୁ ଥରାଇ ଦେଲା ଭୂମିକମ୍ପ । ଯାହାର କେନ୍ଦ୍ର ଥିଲା କୁପନୂର।

ଲଗାତାର ଭୂମିକମ୍ପ ଯୋଗୁଁ ଭୟରେ ଲୋକେ ରାତି ସାରା ଘର ବାହାରେ ଥିଲେ ବୋଲି ପୋଲିସ କହିଛି। ସେପଟେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ର ପକ୍ଷରୁ ଭୂବିଜ୍ଞାନୀମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଛି। ଏବେ କମ୍‌ ତୀବ୍ରତାରେ ଭୂମିକମ୍ପ ଆସୁଥିବା ବେଳେ ଆଗକୁ ତୀବ୍ରତା ବଢ଼ିଲେ କଣ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *