କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଓ ତାଙ୍କ ଝିଅ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପରେ ତାଙ୍କ ଝିଅ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ୟେଦୁରପ୍ପାଙ୍କ ସହ ତାଙ୍କ ଝିଅ ଚିକିତ୍ସା ଲାଗି ମଣିପାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରିକି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ବେଳେ ଡାକ୍ତରୀ ଟିମ୍ ଲଗାତାର ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ନେଇ ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତ ରବିବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କରୋନାରେ ସଂକ୍ରମିତ ହୋଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ ।

“ମୁଁ କରୋନା ଭାଇରସରେ ସଂକ୍ରମିତ ହୋଇ ପଡିଛି । ଏବେ ମୁଁ ଠିକ୍ ଅଛି, ହେଲେ ଡାକ୍ତରଙ୍କ ପରାମର୍ଶରେ ମେଡିକାଲରେ ଭର୍ତ୍ତି ହେଉଛି । ନିକଟ ଅତୀତରେ ମୋ ସମ୍ପର୍କରେ ଆସିଥିବା ବ୍ୟକ୍ତି ମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜେ ନିଜେ ସେଲ୍ଫ କ୍ୱାରେଣ୍ଟାଇନରେ ଯାଆନ୍ତୁ” ବୋଲି ନିଜ ଟ୍ୱିଟରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ।

ତେବେ ୟେଦୁରପ୍ପା କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ କର୍ଣ୍ଟାଟକ ସରକାରର ମନ୍ତ୍ରୀମଣ୍ଡଳର ୪ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ଛଡା ୟେଦୁରପ୍ପାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବହୁ ରାଜନେତା ।

 

Leave a Reply

Your email address will not be published.