କୁଲି ନଂ୧କୁ ୨୫ ବର୍ଷ ପୁରିଲା; ସ୍ପେଶାଲ ପୋଷ୍ଟ ଶେୟାର କଲେ କରିସ୍ମା

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡର ଲୋକପ୍ରିୟ ନାୟିକା କରିସ୍ମା କପୁର ଏବେ ବଡ ପରଦାରୁ ଦୂରେଇ ଯାଇଛନ୍ତି । ହେଲେ ଦର୍ଶକଙ୍କ ମଧ୍ୟରେ ତାଙ୍କର କ୍ରେଜ ଆଜିବି ତାଜା ରହିଛି । ଯିଏକି ନବେ ଦଶକରେ ବଲିଉଡ ଦୁନିଆରେ ଚହଳ ସୃଷ୍ଟି କରିଥିଲେ ।

ତାଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ମଧ୍ୟରେ କୁଲି ନଂ୧ ଅନ୍ୟତମ । ଯାହାକୁ ଆଜି ୨୫ ବର୍ଷ ପୁରିଛି । କୁଲି ନଂ୧- ୧୯୯୫ ମସିହା ଆଜିର ଦିନରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଗୋବିନ୍ଦା ଓ କରିସ୍ମାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ଡେଭିଡ ଧବନ । ଏହି ଚଳଚ୍ଚିତ୍ରଟିର କ୍ରେଜ ଆଜିବି ଦର୍ଶକଙ୍କ ଭିତରେ ରହିଛି ।

ଯାହାଫଳରେ ଏବେକାର ଅଭିନେତା ବରୁଣ ଧବନ ଓ ସାରା ଅଲ୍ଲୀ ଖାନଙ୍କୁ ନେଇ ଏହାର ରିମେକ୍ ଖୁବଶୀଘ୍ର ଆସିବାକ ଯାଉଛି ।

ଫିଲ୍ମର ୨୫ ବର୍ଷ ପୂର୍ତ୍ତି ଅବସରରେ କରିସ୍ମା ସୋସିଆଲ୍ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । କୁଲି ନଂ ୧କୁ ୨୫ ବର୍ଷ ପୂରିଲା । ଏହି ସୁନ୍ଦର ଜର୍ଣ୍ଣି ପାଇଁ ଧନ୍ୟବାଦ ଗୋବିନ୍ଦା, ଡେଭିଡ ଧବନ, ବାସୁ ଭଗନାନି । ଏହାସହିତ କରିସ୍ମା ଫିଲ୍ମର ପୋଷ୍ଟର ବି ଶେୟାର କରିଛନ୍ତି ।

ବଡ ପରଦାରୁ ଦୂରେଇ ଯାଇଥିବା କରିସ୍ମା ଏବେ ୱେବ ସିରିଜରେ ନଜର ଆସିବାକୁ ଯାଉଛନ୍ତି । ଏକତା କପୁରଙ୍କ ୱେବ ସିରିଜ ମେଣ୍ଟଲହୁଡ୍ ଅଲ୍ଟ ବାଲାର୍ଜିରେ ରିଲିଜ ହେଉଛି । ଏହାକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳୁଥିବା ବେଳେ ଏଥିରେ କରିସ୍ମା ମାଆ ଭୂମିକାରେ ଅଭିନୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *