ପାକିସ୍ତାନ କରାଚିରେ ଥିବା ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ, (ଓଡିଶା ଟାଇମ୍) : କରାଚୀରେ ଥିବା ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ୪ ବନ୍ଧୁକଧାରୀ ଆତଙ୍କବାଦୀ ଷ୍ଟକ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ପଶି ଆଖିବୁଜା ଗୁଳିଚାଳନା କରିବାରୁ ୫ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ପୁଲିସ ଗୁଳିରେ ୪ ଆତଙ୍କୀ ନହିତ ହୋଇଥିବା ଏଆରୱାଇ ନ୍ୟୁଜ ରିପୋର୍ଟରୁ ସୂଚନା ମିଳିଛି। କରାଚୀ ପୁଲିସ ଆଇଜିଙ୍କ ସୂଚନା ଅନୁସାରେ, ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସମସ୍ତ ଆତଙ୍କବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ଯବାନ ଏବଂ ପୁଲିସ କର୍ମଚାରୀମାନେ କାର୍ଯ୍ୟାଳୟରେ ପ୍ରବେଶ କରି ସର୍ଚ୍ଚ ଅପରେଶନ ଚଳାଇଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ଆରି ନ୍ୟୁଜ୍ ଅନୁଯାୟୀ, ଚାରିଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ନିହତ ହୋଇଥିବାବେଳେ ଦୁଇଜଣ ଆତଙ୍କବାଦୀ ବିଲ୍ଡିଂରେ ଲୁଚି ରହିଛନ୍ତି । ଆତଙ୍କବାଦୀମାନେ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡିଂର ମୁଖ୍ୟ ଫାଟକକୁ ଗ୍ରେନେଡ୍ ସାହାଯ୍ୟରେ ଆକ୍ରମଣ କରି ବିଲ୍ଡିଂରେ ପ୍ରବେଶ କରିଥିଲେ । ଏହି ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀ ଏବଂ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

ପୋଲିସ ଏବଂ ପାକିସ୍ତାନ ରେଞ୍ଜର୍ସର ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ସିଲ କରାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ସହିତ ଷ୍ଟକ୍ ଏକ୍ସଚେଞ୍ଜରେ ଫସି ରହିଥିବା କର୍ମଚାରୀମାନଙ୍କୁ ପଛ ଦ୍ୱାର ବାଟ ଦେଇ ବାହାରକୁ ବାହର କରାଯାଇଛି।

Leave a Reply

Your email address will not be published.