ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ
ପୁରୀ, (ଓଡିଶା ଟାଇମ୍) : ପୁରୀ ଜିଲାର ନୂତନ ଏସପି ଭାବେ କନୱର ବିଶାଲ ସିଂ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ପତିତପାବନଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସପି ଭାବେ ଆଜି କନୱର ବିଶାଲ୍ ସିଂ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଏସପି ଅଖିଳେଶ୍ୱର ସିଂହଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି। ଜିଲାର ବହୁ ବରିଷ୍ଠ ପୁଲିସ ପଦାଧିକାରୀଙ୍କ ଉପସ୍ଥିତିରେ କନୱର ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ପୁରୀର ନୂଆ ଏସପି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଗଣମାଧ୍ୟମ ସହ କଥାହେବା ବେଳେ କନୱର ବିଶାଲ୍ ସିଂ କହିଛନ୍ତି ଯେ ପୁରୀ ସହରବାସୀ ସହଯୋଗରେ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ପୁରୀ ଜିଲାକୁ ଅପରାଧ ମୁକ୍ତ କରାଯିବ।
ପୁଲିସ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇ କାର୍ଯ୍ୟ କରିବ, ପୁରୀକୁ ବିଶ୍ୱସ୍ତରରେ ଶ୍ରେଷ୍ଠ ସହର କରାଯିବ ବୋଲି ସେ ଦୃଢ ନୂତନ ଏସପି ଦୃଢ଼ ଆଶାବାଦୀ ଅଛନ୍ତି।