ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): କନ୍ନଡ଼ ଟେଲିଭିଜନ ଅଭିନେତ୍ରୀ ମେବିନା ମାଇକେଲଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କନ୍ନଡର ଚର୍ଚ୍ଚିତ ଅଭିନେତ୍ରୀ ମୋବିନା ମାଇକେଲ୍‌ଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ମାତ୍ର ୨୨ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ମୋବିନା କନ୍ନଡରେ ବହୁ ଟିଭି ସରିୟଲରେ ଅଭିନୟ କରି ଲୋକପ୍ରିୟ ହୋଇଥିଲା । କିନ୍ତୁ ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସୂଚନାନୁଯାୟୀ, ଏହି ଅଭିନେତ୍ରୀ ରିଆଲିଟି ସୋ ପାୟେଟ୍ ହୁଡୁଗିର୍ ହଲି ଲାଇଫରୁ ଲୋକପ୍ରିୟତା ହାସଲ କରିଥିଲେ । ଅଭିନେତ୍ରୀ ନିଜ ସହର ମାଡିକେରୀ ଯାଉଥିଲେ । କର୍ଣ୍ଣାଟକର ଦେବୀହାଲୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ମାଡିକେରୀ ଯିବା ବାଟରେ ତାଙ୍କ କାର ଏକ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମେବିନା ମାଇକେଲଙ୍କ ସହ କାରରେ ଥିବା ତାଙ୍କ ଅନ୍ୟ ସାଙ୍ଗମାନଙ୍କ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

Leave a Reply

Your email address will not be published.