ଆୟୁଷ୍ମାନଙ୍କୁ ଚାପଲୁସ୍ ଆଉଟସାଇଡର କହିଲେ କଙ୍ଗନା
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡର ବିବାଦୀୟ କୁଇନ୍ ଭାବେ ପରିଚିତ କଙ୍ଗନା ରଣାୱତ ଅନେକ ସମୟରେ ନିଜ କଥା ପାଇଁ ବିବାଦରେ ରହିଥାନ୍ତି । ଏପରିକି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସେ ବଲିଉଡର ନେପୋଟିଜମ ତଥା ଗ୍ରୁପୁଜିମକୁ ଟାଗେର୍ଟ କରିଥିଲେ ସେ ।
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ଏକପ୍ରକାର ସନ୍ଦେହ ଘେରରେ ଥିବା ବେଳେ ଅଭିନେତ୍ରୀ ରିୟାଙ୍କୁ ସପୋର୍ଟ କରି ଆକ୍ରୋଶର ଶିକାର ହୋଇଛନ୍ତି ଆୟୁଷ୍ମାନ ଖୁରାନା ।
ଆୟୁଷ୍ମାନ ଅଭିନେତ୍ରୀ ରିୟାଙ୍କ ଏକ ପୋଷ୍ଟରେ କମେଣ୍ଟ କରିଥିଲେ । ପରେ ଆୟୁଷ୍ମାନ ରିୟାଙ୍କୁ ସପୋର୍ଟ କରୁଥିବା ନେଇ ଅନ୍ୟ ଜଣେ ଆକ୍ଟର କମାଲ ରସିଦ୍ ଖାନ୍ ଟ୍ୱିଟ୍ କରିଥିଲେ । ଯେଉଁ ଟ୍ୱିଟରେ ଉଲ୍ଲେଖ ରହିଛି ଯେ ଆୟୁଷ୍ମାନ୍ ୩ଟି କାରଣ ପାଇଁ ରିୟା ଓ ଷ୍ଟାର କିଡ୍ସଙ୍କୁ ସପୋର୍ଟ କରୁଛନ୍ତି ।
ପ୍ରଥମଟି ହେଲା- ଆୟୁଷ୍ମାନଙ୍କୁ ବଲିଉଡରେ ତିଷ୍ଠି ରହିବାର ଅଛି । ୨ୟରେ ସେ ୟଶରାଜ ଫିଲ୍ମର ଜଣେ କଳାକା ଏବଂ ୩ୟରେ ସୁଶାନ୍ତ ତାଙ୍କର ଜଣେ ପ୍ରତିଦ୍ୱନ୍ଦୀ ଥିଲେ ।
ଯାହା ପରେ କମାଲଙ୍କ ଟି୍ୱଟକୁ ରିଟ୍ୱିଟ୍ କରି ଲେଖିଛନ୍ତି ଯେ ଚାପଲୁସ୍ ଆଉଟସାଇଡର ମାନେ ଚଳଚ୍ଚିତ୍ର ମାଫିଆଙ୍କ ଲଗାତାର ସମର୍ଥନ କରୁଛନ୍ତି । କାରଣ ସେମାନଙ୍କୁ କେହି ଖାତିର କରନ୍ତି ନାହିଁ । ଏପରିକି ବଲିଉଡରେ ସେମାନଙ୍କର ସ୍ଥିତି ସାମାନ୍ୟ । କଙ୍ଗନା ଓ ସୁଶାନ୍ତଙ୍କ ଭଳି କଳାକାର ଯେଉଁମାନେ ଚଳଚ୍ଚିତ୍ର ମାଫିଆଙ୍କୁ ମନାକରି ସେମାନଙ୍କର ଆକ୍ରୋଶ ହୋଇଥାନ୍ତି । ଏଭଳି ଚାପଲୁସ୍ ମାନେ ଆମ ପରିସ୍ଥିତିର ଫାଇଦା ଉଠାଇଥାନ୍ତି ।
ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ଅଭିଯୋଗ କରିଥିଲେ ପିତା କେେ କେ ସିଂହ । ଏପରିକି ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ ଦାଏର କରିଥିଲେ । ଯାହା ଫଳରେ ରିୟା ଓ ତାଙ୍କ ପରିବାର ଏବଂ କିଛି ସହଯୋଗୀ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ସମ୍ମୁଖୀନ ହୋଇଛନ୍ତି।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।