ଓଏଏସ ଅନିଶା ଦାସଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : କଳାହାଣ୍ଡି ଉପଜିଲ୍ଲାପାଳ ସସ୍‌ପେଣ୍ଡ। କାର୍ଯ୍ୟରେ ଅବହେଳା ଯୋଗୁଁ ଉପଜିଲ୍ଳାପାଳ ଅନିଷା ଦାସଙ୍କୁ ସସ୍‌ପେଣ୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ସେ ତହସିଲଦାର ଭାବେ କର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଳାର ଉପ- ଜିଲ୍ଳାପାଳ ଭାବେ ତାଙ୍କର ବଳଦି ହୋଇଥିଲା। ତହସିଲଦାରରୁ ଉପଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଅନିଷାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଅନିଷାଙ୍କୁ ବେତନଟୀରୁ ରାତିଅଧିଆ ବଦଳି କରାଯାଇଥିଲା।  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶଥାଉକି, ସୋମବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଛକ ନିକଟରେ ଦୁଇଟି ମୋରମ ବୋଝେଇ ଟ୍ରକ୍‌ ଜବତ କରାଯାଇଥିଲା। ମାତ୍ର ଏହାକୁ ନେଇ ଦେଖାଦେଇଥିଲା ବିବାଦ। ମୋରମ ବୋଝେଇ ଗାଡି ଜବତ କରିଥିବା ବ୍ୟକ୍ତିମାନେ କୌଣସି ସରକାରୀ କର୍ମଚାରୀ ନଥିଲେ ବୋଲି ଶ୍ରୀକାନ୍ତ ଦାସ ନାମକ ଜଣେ ଗାଡ଼ି ମାଲିକ ଥାନାରେ ଅଭିଯୋଗ କରିଥିଲେ। କିଛି ଅସାମାଜିକ ଯୁବକ ତାଙ୍କ ଗାଡିକୁ ଅଟକାଇବା ସହିତ ଡ୍ରାଇଭରଙ୍କଠାରୁ ଜୋରଜବରଦସ୍ତ ଗାଡିର କାଗଜପତ୍ର ମାଗିଥିଲେ। ଏ ନେଇ ସେ ବୈଶିଙ୍ଗା ଥାନାରେ ବେତନଟୀ ତହସିଲଦାର ଅନିଶା ଦାସ, ବୈଶିଙ୍ଗା ଅଞ୍ଚଳର ଖଗେଶ୍ବର ବେହେରା, ଶିବାଶିଷ ନାଥ, ଅଭିଜିତ ମହଲ ଏବଂ ଜଣେ ମହିଳାଙ୍କ ନାମରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗ ଉପରେ ଦଫା ୩୪୧, ୨୯୪, ୩୨୩, ୩୭୯, ୩୮୪, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରିବା ସହ ଅଭିଜିତ ମହଲ ଓ ଶିବାଶିଷ ନାଥଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *