କାବୁଲ୍ ବିମାନ ବନ୍ଦରରେ ଅନ୍ତର୍ଜାତୀୟ ବିମାନ ଉଡାଣ ପାଇଁ ପ୍ରସ୍ତୁତି

କାବୁଲ, (ଓଡିଶା ଟାଇମ୍): କାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । କାବୁଲରୁ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡାଣ ସେବା ଆରମ୍ଭ କରିବା ପାଇଁ ଅପିଲ କରିଛି ତାଲିବାନ । ଏନେଇ ତାଲିବାନ ସରକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅବଦୁଲ୍‌ କହର ବଲ୍ଖୀ କହିଛନ୍ତି କି ବିମାନବନ୍ଦରରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଛି । ସମସ୍ତ ଏୟାରଲାଇନ୍‌କୁ ପୂର୍ଣ୍ଣ ସହଯୋଗ ପାଇଁ ତାଲିବାନ ପ୍ରତିଶ୍ରୁତି ଦେଇଛି । ଏବେ ସୀମିତ ସଂଖ୍ୟାରେ ଯାତ୍ରୀବାହୀ ବିମାନ ଓ ସହାୟତା ଆଣୁଥିବା ବିମାନ କାବୁଲ ଏୟାରପୋର୍ଟରୁ ଯାତାୟାତ କରୁଛନ୍ତି। ସ୍ୱାଭାବିକ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇ ନାହିଁ ।

ଏୟାରପୋର୍ଟ ଠିକ ହେବା ପରେ ଅନ୍ତର୍ଜାତୀୟ ଉଡ଼ାଣ ସ୍ୱାଭାବିକ ହେବ ବୋଲି ଆଶା ରଖିଛି ତାଲିବାନ। ଆମେରିକାର ଉଦ୍ଧାର କାର୍ଯ୍ୟ ବନ୍ଦ ହେବା ପରେ କାବୁଲ ଏୟାରପୋର୍ଟରୁ ବିମାନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ବିମାନ ବନ୍ଦରର ଦୀର୍ଘ ଦିନ ଧରି ସ୍ଥଗିତ ରହିବା ସତ୍ତ୍ବେ କତାର, ବହାରେନ, ସଂଯୁକ୍ତ ଆରବ ଏମିରେଟ୍ସ,, ଉଜବେକିସ୍ତାନ, କାଜାଖସ୍ତାନ ଏବଂ ପାକିସ୍ଥାନରୁ ମାନବିକ ସହାୟତା ନେଇ ବିମାନ ଉଡ଼ାଣ ଗ୍ରହଣ କରିଛି। ଯେହେତୁ ଏବେ ତାଲିବାନ ଗ୍ରହଣ କରିଛି । ଏହା ସହ ଅନେକ କ୍ଷତିଗ୍ରସ୍ତ ମଧ୍ୟ ହୋଇଥିଲା ଏୟାରପୋର୍ଟ। ପୁଣି ମରାମତି ପରେ କାର୍ଯ୍ୟକ୍ଷମ ହୋଇଥିବା ନେଇ ତାଲିବାନ କହିଛି।

Leave a Reply

Your email address will not be published. Required fields are marked *