ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’, ଉଭୟ କରୋନା ପଜିଟିଭ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାତା ମାଧବୀ ରାଜେ ସିନ୍ଧିଆ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଉଭୟଙ୍କୁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିନ୍ଧିଆଙ୍କ ଗଳାରେ ଯନ୍ତ୍ରଣା ଏବଂ ଜ୍ୱର ହୋଇଥିଲା । ଏହା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । କୁହାଯାଉଛି ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା ମାଧବୀ ରାଜ ସିନ୍ଧିଆଙ୍କୁ ଚାରି ଦିନ ପୂର୍ବରୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର କରୋନା ଲକ୍ଷଣ ଥିବାବେଳେ ତାଙ୍କ ମାଙ୍କର କୌଣସି ଲକ୍ଷଣ ନଥିଲା । ଆଜି ଉଭୟଙ୍କ ପରୀକ୍ଷା ରିପୋର୍ଟ ସକରାତ୍ମକ ହୋଇଛି । ବର୍ତ୍ତମାନ ଉଭୟଙ୍କ ଚିକିତ୍ସା ଚାଲିଛି । ଏଠାରେ ସୂଚନା ଥାଉ କି ଲକଡାଉନ୍ ଘୋଷଣା ହେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦିଲ୍ଲୀରେ ଅଛନ୍ତି । ସେ ତାଙ୍କ ପରିବାର ସହିତ ଦିଲ୍ଲୀରେ ତାଙ୍କ ବାସଭବନରେ ରହୁଥିଲେ, କିନ୍ତୁ ଚାରି ଦିନ ପୂର୍ବରୁ ହଠାତ୍ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅସୁସ୍ଥ ଅନୁଭବ କରିଥିଲେ ।